ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିଜାବକୁ ନେଇ ବଡ ରାୟ ଶୁଣାଇଲେ କର୍ଣ୍ଣାଟକ ହାଇକୋର୍ଟ । ଛାତ୍ରୀଙ୍କ ପିଟିସନକୁ ଖାରିଜ କରି କୋର୍ଟ କହିଛନ୍ତି କି ଧର୍ମର ବାଧ୍ୟତାମୂଳକ ଅଂଶ ନୁହେଁ ହିଜାବ । ସ୍କୁଲ-କଲେଜରେ ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି । ଇସଲାମରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ।
କୋର୍ଟ କହିଛନ୍ତି କି, ସ୍କୁଲ ୟୁନିଫର୍ମକୁ ନେଇ ବାଧ୍ୟତା ଏକ ଉଚିତ୍ ପ୍ରବନ୍ଧନ । ଛାତ୍ରଛାତ୍ରୀ ଏହାକୁ ଅସ୍ୱୀକାର କରି ପାରିବେ ନାହିଁ । ଏହି ନିଷ୍ପତି ଆସିବା ପରେ ସମସ୍ତ ବିଚାରପତିଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି ।
ସୂଚନାଯୋଗ୍ୟ, ଏହି ମାମଲାର ଶୁଣାଣି ପାଇଁ ଫେବୃଆରୀ ୯ ରେ ଜଷ୍ଟିସ ରିତୁ ରାଜ ଅବସ୍ତି, ଜଷ୍ଟିସ କୃଷ୍ଣା ଏସ ଦିକ୍ଷୀତ ଏବଂ ଜଷ୍ଟିସ ଜେଏମ ଖାଜିଙ୍କ ଏକ ବେଞ୍ଚ ଗଠନ କରାଯାଇଥିଲା । ଛାତ୍ରୀମାନଙ୍କ ପକ୍ଷରୁ ପିଟିସନ ଦାଖଲ କରାଯାଇ ଏଥିରେ ଦାବି କରାଯାଇଥିଲା କି କ୍ଲାସ ସମୟରେ ମଧ୍ୟ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ । କାରଣ ହିଜାବ ସେମାନଙ୍କ ଧର୍ମର ଏକ ଅତ୍ୟାବଶ୍ୟକ ଅଂଶ ।