ଭୁବନେଶ୍ୱର (ଏଟଆର ବ୍ୟୁରୋ): ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡିଶା । କୃଷି ଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ନୂଆଁଖାଇ ଜୁହାର ବୋଲି କହିଛନ୍ତି । ସେ ଟ୍ୱିଟ କରି କହିଛନ୍ତି କି, ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ । ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି । ଏହି ବିଶେଷ ଦିବସରେ ସମସ୍ତଙ୍କର ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।ନୂଆଁଖାଇ ଜୁହାର ।
ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ । ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି ।
ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।
ନୂଆଁଖାଇ ଜୁହାର ।
— Narendra Modi (@narendramodi) August 23, 2020