ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆସାମର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଜେପି ନେତା ହିମନ୍ତ ବିଶ୍ୱଶର୍ମା । ରାଜ୍ୟପାଳ ଜଗଦୀଶ ମୁଖି ତାଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଆସାମର ଜାଲୁକବାରୀ ବିଧାନସଭା ସିଟ୍ ରୁ ଲଗାତର ପଞ୍ଚମ ଥର ବିଧାୟକ ହୋଇଛନ୍ତି ହିମନ୍ତ । ସେ କଂଗ୍ରେସ ପାର୍ଥୀ ରାମେନ ଚନ୍ଦ୍ର ଠାକୁରଙ୍କୁ ହରାଇ ବିଧାନସଭାରେ ପହଁଚିଛନ୍ତି । ଏହା ପୂର୍ବରୁ ସେ ସୋନୋୱାଲ ସରକାରରେ ମନ୍ତ୍ରୀ ଥିଲେ ।
ପ୍ରଥମେ କଂଗ୍ରେସ ଦଳରେ ଥିଲେ ହିମନ୍ତ । କିନ୍ତୁ କିଛି ମତଭେଦ ହେତୁ ସେ ୨୦୧୫ ରେ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ।