ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶିଷ୍ଟ ହିନ୍ଧୀ ସାହିତ୍ୟକାର ନାମ୍ବର ସିଂହଙ୍କ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ରୋଗରେ ପୀଡିତ ହୋଇ ଅଖିଳ ଭାରତୀୟ ଅର୍ୟୁବିଜ୍ଞାନ ସଂସ୍ଥାନରେ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ଅପରାହ୍ନ ୩ଟା ବେଳେ ଲୋଧି ରୋଡ ସ୍ଥିତ ଶ୍ମସାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ବାରଣାସୀର ଏକ ଜିୟନପୁର ଗାଁରେ ଜୁଲାଇ ୨୮, ୧୯୨୬ ରେ ନାମ୍ବରଙ୍କ ଜନ୍ମ । ସେ ହିନ୍ଦୀ ସାହିତ୍ୟରେ ଏମଏ ଏବଂ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ଏହାସହିତ ସେ ବିଏଚୟ୍ୟୁ,ସାଗର ଏବଂ ଯୋଧପୁର ବିଶ୍ୱବିଦ୍ୟାଳୟ ଏବଂ ଜେନ୍ୟୁ ରେ ପଢାଇଛନ୍ତି ।
ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଥିଲା ନାମ୍ବର ସିଂହ ହିନ୍ଦୀ ସାହିତ୍ୟ ଆଲୋଚନାକୁ ଏକ ନୂତନ ରୂପ ଦେଇଥିଲେ । ତାଙ୍କର ପ୍ରମୁଖ ରଚନା ଗୁଡିକ ହେଉଛି ‘ଛାୟାବାଦ’, ‘ଇତିହାସ ଏବଂ ଆଲୋଚନା’, ‘କାହାନୀ ନଇ କାହାନୀ’, ‘କବିତା କେ ନୟେ ପ୍ରତିମାନ’, ‘ଦୁସରେ ପରମ୍ପରା କେ ଖୋଜ୍’ ଏବଂ ‘ବାଦ୍ ବିବାଦ ସମ୍ବାଦ’ ।
ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଅନେକ ସାହିତ୍ୟିକ ମାନେ ଶୋକ ପ୍ରକାଶ କରିଛନ୍ତି ।
हिन्दी साहित्य के शिखर पुरुष नामवर सिंह जी के निधन से गहरा दुख हुआ है। उन्होंने आलोचना के माध्यम से हिन्दी साहित्य को एक नई दिशा दी। ‘दूसरी परंपरा की खोज’ करने वाले नामवर जी का जाना साहित्य जगत के लिए अपूरणीय क्षति है। ईश्वर दिवंगत आत्मा को शांति दे और परिजनों को संबल प्रदान करे।
— Narendra Modi (@narendramodi) February 20, 2019