ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ସୁନାର ଚାହିଦା ବଢିବାରେ ଲାଗିଛି । ପ୍ରତିଦିନ ଦରରେ ପରିବର୍ତ୍ତନ ହେଉଛି । ସର୍ବକାଳୀନ ନୂଆ ରେକର୍ଡ ସ୍ତରରେ ପହଁଚିଛି ସୁନା ଦର । ୭୪ ହଜାର ପାର କରିଛି ୨୪ କ୍ୟାରେଟ ସୁନା । ଭାରତୀୟ ବଜାରରେ ଦଶ ଗ୍ରାମ ପ୍ରତି୨୨ କ୍ୟାରେଟର ସୁନା ମୂଲ୍ୟ ୬୮ ହଜାର ୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ସୁନା ମୂଲ୍ୟ ୭୪ ହଜାର ୨୪୦ ଟଙ୍କା ରହିଛି । ସେହିଅନୁଯାୟୀ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୬୮ ହଜାର ୦୫୦ ଟଙ୍କା ଏବଂ ୨୪ କ୍ୟାରେଟର ସୁନା ମୂଲ୍ୟ ୭୪ ହଜାର ୨୪୦ ଟଙ୍କା ରହିଛି ।
ସେହିପରି ୨୨ ଏବଂ ୨୪ କ୍ୟାରେଟ ସୁନା ମୂଲ୍ୟ ମୁମ୍ବାଇରେ ୬୮,୦୫୦ ଏବଂ ୭୪,୨୪୦, ଦିଲ୍ଲୀରେ ୬୮,୨୧୦ ଓ ୭୪,୩୯୦, ଚେନ୍ନାଇରେ ୬୮,୮୫୦ ଓ ୭୫,୧୧୦ ଏବଂ କୋଲକାତାରେ ୬୮,୦୫୦ ଓ ୭୪,୨୪୦ ଟଙ୍କା ରହିଛି ।
ଅନ୍ୟପଟେ ଏକ କିଲୋଗ୍ରାମ ରୂପା ର ମୂଳ୍ୟ ୮୬ ହଜାର ୫୦୦ ଟଙ୍କା ରହିଛି ।