ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ ୩୦ ବର୍ଷ ହେବ ଦାଓ ଦାୟଲ ନାମକ ବ୍ୟକ୍ତି ଜଣକ ବିଭିନ୍ନ ପ୍ରକାରର ଘଣ୍ଟି ତିଆରି କରି ଆସୁଛନ୍ତି । କିନ୍ତୁ ଏଥରକ ଦାଓ ଦୟାଲ ଏବଂ ତାଙ୍କ ଟିମ୍ ଅଯୋଧ୍ୟାର ରାମ ମନ୍ଦିର ପାଇଁ ୨,୧୦୦ କିଲୋଗ୍ରାମର ଏକ ଘଣ୍ଟି ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଘଣ୍ଟି ପାଇଁ ଯେଉଁ ବ୍ୟକ୍ତି ଡିଜାଇନ୍ ପ୍ରସ୍ତୁତ କରିଛନ୍ତି ସେ ହେଉଛନ୍ତି ଜଣେ ମୁସଲମାନ କାରିଗର । ଯାହାଙ୍କ ନାମ ହେଉଛି ଇକୱାଲ ମିସ୍ତ୍ରୀ ।
ଏନେଇ ଦୟାଲ କହିଛନ୍ତି କି, ଆମ ମୁସଲମାନ ଭାଇମାନେ ଡିଜାଇନ୍ ଏବଂ ପଲିସିଙ୍ଗ ରେ ବିଶେଷଜ୍ଞତା ହାସଲ କରିଛନ୍ତି । ପ୍ରଥମ ଥର ପାଇଁ ଏଭଳି ଘଣ୍ଟି ତିଆରି ହୋଇଛି । ପ୍ରକୃତରେ ଏଭଳି ଆକାରର ଘଣ୍ଟି ଉପରେ କାମ କରିବାରେ ବହୁତ କଷ୍ଟ କରିବାକୁ ପଡିଥାଏ । ସେ ଆହୁରି ମଧ୍ୟ କହିଛନ୍ତି କି, ଆମ ପାଇଁ ଉତ୍ସାହିତର କଥା କି ଏହି ଘଣ୍ଟିକୁ ଆମେ ରାମ ମନ୍ଦିର ପାଇଁ ତିଆରି କରୁଛୁ । କିନ୍ତୁ ମନରେ ବିଫଳ ହେବାର ଡର ମଧ୍ୟ ରହିଥିଲା ।
ଅନ୍ୟପଟେ ମିସ୍ତ୍ରୀଙ୍କ ମୁତାବକ, ଏଭଳ,ି କାର୍ଯ୍ୟରେ ସଫଳ ହେବାର କୌଣସି ଗ୍ୟାରେଣ୍ଟି ନଥାଏ । ଯଦି ତରଳା ହୋଇଥିବା ଧାତୁକୁ ଛାଞ୍ଚରେ ପକାଇବାରେ ୫ ମିନିଟ୍ ବି ବିଳମ୍ବ ହୋଇଯିବ ତେବେ ସମସ୍ତ ଚେଷ୍ଟା ବେକାର ହୋଇଯିବ ।
ଉତ୍ତରପ୍ରଦେଶ ଏଟା ଜିଲ୍ଲାର ଜଲେସର ନଗର ପରିଷଦର ପ୍ରମୁଖ ଏବଂ ଘଣ୍ଟି ତିଆରି କରାଯାଉଥିବା କାର୍ଯ୍ୟଶାଳାର ମାଲିକ ବିକାସ ମିତଲ କହିଛନ୍ତି କି, ଏହା ଭାରତର ସବୁଠାରୁ ବଡ ଘଣ୍ଟି । ଏହାକୁ ରାମ ମନ୍ଦିରକୁ ଦାନ ଦିଆଯିବ ।
ଏହି ବଡ ଘଣ୍ଟି ତିଆରି କରିବା ପାଇଁ ହିନ୍ଦୁ ଓ ମୁସଲମାନର ୨୫ କାରିଗର ସାମିଲ ଥିଲେ । ପ୍ରତିଦିନ କାରିଗରମାନେ ୮ ଘଣ୍ଟା କାଳ ଘଣ୍ଟା ତିଆରିରେ ଲାଗିଥାନ୍ତି ।