ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୋମବାର କହିଛନ୍ତି କି, ସେ ଏଭଳି ଏକ ଆଇନ ଆଣିବାର ଯୋଜନା କରୁଛନ୍ତି । ଯାହା ଅନୁଯାୟୀ ଗାଡିର ହର୍ଣ୍ଣ ରୂପେ କେବଳ ଭାରତୀୟ ବାଦ୍ୟଯନ୍ତ୍ରର ସ୍ୱର ବ୍ୟବହାର ହୋଇପାରିବ । ନାସିକର ଏକ ରାଜପଥ ଉଦଘାଟନ ସମାରୋହରେ ଗଡକରୀ କହିଛନ୍ତି କି, ଆମ୍ବୁଲାନ୍ସ ଏବଂ ପୋଲିସ ଗାଡିରେ ବ୍ୟବହାର ହେଉଥିବା ହର୍ଣ୍ଣ ଉପରେ ମଧ୍ୟ ଅଧ୍ୟୟନ କରୁଛୁ ଏବଂ ଏହି ସାଇରନ୍ କୁ ବହୁତ ଶୀଘ୍ର ବନ୍ଦ କରିବା ପାଇଁ ଚେଷ୍ଟା ଚାଲିଛି । ଏହି ହର୍ଣ୍ଣ ଦ୍ୱାରା କାନ ଉପରେ ପ୍ରଭାବ ପଡୁଛି । ବହୁତ ଶୀଘ୍ର ନୂତନ ଆଇନ ଆଣିବାର ଯୋଜନା ଚାଲିଛି । ସମସ୍ତ ଗାଡିଗୁଡିକର ହର୍ଣ୍ଣରେ ବଇଁଶି, ତାବଲା, ଭାୟଲିନ୍, ହାରମୋନିୟମ ଭଳି ଭାରତୀୟ ବାଦ୍ୟଯନ୍ତ୍ର ପ୍ରୟୋଗ ହୋଇପାରିବ । ଯାହାଦ୍ୱାରା କାନକୁ ଶୁଣିବା ପାଇଁ ଭଲ ଲାଗିବ ।
ଏକ ରିପୋର୍ଟ ମୂତାବକ, ଭାରତର ସହାରାଞ୍ଚଳରେ ଗାଡି ଗୁଡିକର ଧ୍ୱନି ପ୍ରଦୂଷଣର ସମସ୍ୟା ବହୁଳ ମାତ୍ରାରେ ବଢି ଯାଇଛି । ଯେଉଁଥିପାଇଁ ସରକାର ନୂତନ ନିୟମ ଆଣିବାକୁ ପ୍ରସ୍ତୁତ କରୁଛନ୍ତି ।