ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ଘରେ ବସି ପିଏଫ କ୍ଲେମ ଷ୍ଟାଟସ ଯାଞ୍ଚ କରିପାରିବେ । ତାହା ପୁଣି ଉମଙ୍ଗ ଆପ୍ ଜରିଆରେ । କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ବା ଇପିଏପ ଏକ ଫଣ୍ଡ । ଯେଉଁଥିରେ କମ୍ପାନୀ ଏବଂ ତାର କର୍ମଚାରୀ ମାସିକ ଆଧାରରେ ନିୟମିତ ରୂପେ ଯୋଗଦାନ କରିଥାନ୍ତି । ଉଭୟ କମ୍ପାନୀ ଏବଂ କର୍ମଚାରୀ ଇପିଏଫରେ କର୍ମଚାରୀଙ୍କ ବେତନ ର ୧୨ ପ୍ରତିଶତ ରାଶି ଜମା କରିଥାନ୍ତି । ଏହାସହିତ କିଛି ସର୍ତ୍ତ ଆଧାରରେ ସବସ୍କ୍ରାଇବର୍ସ ତାଙ୍କ ପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ସେହିପରି ଇପିଏଫ ର ଷ୍ଟାଟସ ଜାଣିବାକୁ ହେଲେ ଗ୍ରାହକ ଉମଙ୍ଗ ଆପ୍ ଜରିଆରେ ସ୍ଥିତି ଯାଞ୍ଚ କରିପାରିବେ ।
ଉମଙ୍ଗ ଆପ୍ ଜରିଆରେ ଗ୍ରାହକ ତାଙ୍କର ଏପିଏଫ ବାଲାନ୍ସ, ଇପିଏଫ୍ ଠିକଣା ଜାଣିବା ଏବଂ ଜୀବନ ପ୍ରମାଣ ପତ୍ର ପାଇଁ ଯାଞ୍ଚ କରିପାରିବେ ।
ସେଥିପାଇଁ ପ୍ରଥମେ ପ୍ଲେଷ୍ଟୋରକୁ ଯାଇ ଉମଙ୍ଗ ଆପ ଡାଉନଲୋଡ କରନ୍ତୁ । ଏହାପରେ ଆପ୍ ଖୋଲନ୍ତୁ ଏବଂ ମୋବାଇଲ ନଂ ଦେଇ ଲଗଇନ୍ କରନ୍ତୁ । ପୁଣି ଇପିଏଫଓ ଉପରେ କ୍ଲିକ କରନ୍ତୁ । ଗୋଟେଥର ପେଜ୍ ଖୋଲିବା ପରେ କର୍ମଚାରୀ କେନ୍ଦ୍ରିତ ସେବା, ସାମାନ୍ୟ ସେବା, ଇ-କେୱାଇସି ସେବା ଏବଂ ଜୀବନ ପ୍ରମାଣ ନଜର ଆସିବ । ଏଥିରେ ସାମାନ୍ୟ ସେବା ଉପରେ କ୍ଲିକ କରନ୍ତୁ । ଏହାପରେ ଏକ ନୂତନ ପେଜ ଖୋଲିବ, ଯାହା ଗାହକଙ୍କୁ ପାସବୁକ୍ ଦେଖିବା ଏବଂ କ୍ଲେମକୁ ଟ୍ରାକ କରିବାକୁ ଅନୁମତି ଦେଇଥାଏ । ନୋ ୟୋର କ୍ଲେମ ଷ୍ଟାଟସ ଉପରେ କ୍ଲିକ କରନ୍ତୁ । ଏହାପରେ ୟୁନିଭର୍ସାଲ ଆକାଉଣ୍ଟ ନଂ ଦାଖଲ କରନ୍ତୁ, ଏହା ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା, ଯାହାକୁ ପ୍ରତ୍ୟେକ ଇପିଏଫ ଗ୍ରାହକଙ୍କୁ ଦିଆଯାଇଥାଏ । ଏହାପରେ ରେଜିଷ୍ଟର୍ଡ ମୋବାଇଲ ନଂରେ ଏକ ଓଟିପି ଆସିବ, ସେହି ଓଟିପି ସବମିଟ୍ କରନ୍ତୁ । ଏହାପରେ କ୍ଲେମ ଆଇଡି ଉପରେ କ୍ଲିକ କରନ୍ତୁ ସମସ୍ତ ତଥ୍ୟ ନଜରକୁ ଆସିବ ।