ମୁମ୍ବାଇ ( ଏଟିଆର ବ୍ୟୁରୋ): ବଲିଉଡ ଷ୍ଟାର ହ୍ରିତକ ରୋଶନ ଫିଲ୍ମ ବ୍ୟତୀତ ବେଳେ ତାଙ୍କର କିଛି ନିଆରା କଥାକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ସୁଟିଂରୁ ଟିକେ ଫୁରସତ ମଳିଲେ ରିତିକ ତାଙ୍କ ପରିବାର ସହିତ କାଟନ୍ତି । କେତେବେଳେ ପରିବାର ସହିତ ସପିଂ କରିବା ହେଉ କିମ୍ବା ସମୟ ବିତାଇବା ପାଇଁ କେଉଁଠି ପରିବାର ସହିତ ଛୁଟି କାଟିଥାନ୍ତି । ଏଥର ଏହି ଷ୍ଟାର ତାଙ୍କ ପୁଅ ହ୍ରିଦାନଙ୍କ ଜନ୍ମଦିନ ପାଳନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗତ ମେ ୧ ରେ ପୁଅ ହ୍ରିଦାନର ଜନ୍ମଦିନରେ ପୁଅକୁ ଏକ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ପୁଅକୁ ଶୁଭେଚ୍ଛା ଜଣେଇଛନ୍ତି । ଯୋଉ ଭିଡିଓଟିରେ ତାଙ୍କ କାଙ୍କ ଦୁଇ ପୁଅ ହ୍ରିଦାନ ଓ ରିହାନଙ୍କୁ ଦେଖିବାକୁ ମିଳିଛି । ଖାଲି ସେତିକି ଭିଡିଓରେ ରହିଥିବା କ୍ୟାପସନରେ ଜନ୍ମଦିନର ସୁଭେଚ୍ଛା ଦେବା ସହିତ ଆହୁରି ମଧ୍ୟ ଲେଖିଥିଲେ ‘ ଜୀବନକୁ ଅନୁସନ୍ଧାନ କର, ନିଜକୁ ଆବିଷ୍କାର କର, ନିଜ ଖୁସିକୁ ଖୋଜ, ଅନ୍ୟ ସହିତ କେବେ ନିଜକୁ ତୁଳନା କରନାହିଁ ତା ନିଜର ଲକ୍ଷ୍ୟ ସହିତ ପ୍ରତିଦିନ ସକାଳ ଉଠିବାକୁ ଚେଷ୍ଟା କରିବା ପାଇଁ ଦେଇଥିଲେ ପରାମର୍ଶ ।
ଏହି ବାର୍ତ୍ତାରେ ହ୍ରିତିକଙ୍କ ପ୍ରଶଂଶକ ମାନେ ମଧ୍ୟ କମେଣ୍ଟରେ ଏହି ଷ୍ଟାର ସନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ଏକ୍ସ ୱାଇଫ ସୁଜେନ ଖାନ ମଧ୍ୟ ସୋସିଆଲ ମିଡିଆରେ ପୁଅକୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ହ୍ରିତିକ ରୋସନ ଓ ସୁଜେନ ଖାନ ୨୦୦୦ ମସିହାରେ ବିବାହ କରିଥିଲେ ମାତ୍ର ୨୦୧୪ରେ ଉଭୟଙ୍କ ମଧ୍ୟରେ ମତଭେଦ ନେଇ ଛାଡପତ୍ର ନେଇଥିଲେ । ତାଙ୍କର ଦୁଇଟି ପୁଅ ଅଛନ୍ତି ।