ମୁମ୍ବାଇ (ଏଟିଆର ବ୍ୟୁରୋ): ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେିତ୍ରୀ ରୁବିନା ଦିଲାଇକ ଗତ ଜୁନ ୨୧ରେ ଅଭିନେତା ଅଭିନବ ଶୁକ୍ଲାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ରୂବିନା ସିଧାସଳଖ ତାଙ୍କ ଶ୍ୱଶୁର ଘର ତଥା ଲୁଧିଆନାରେ ପହଁଚିଥିଲେ । ସେଠାରେ ଦୁହେଁ ତାଙ୍କ ବିବାହର ରିସେପସନ୍ ପାର୍ଟି ଦେଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି । ଏଥିରେ ରୂବିନା ଏକ ସିଲଭର ରଙ୍ଗର ଗାଉନ ପିନ୍ଧିଥିବା ବେଳେ ଅଭିନବ ଏକ ବ୍ଲାକ ସୁଟ୍ ସହିତ ରେଡ୍ ଜ୍ୟାକେଟ ପିନ୍ଧିଥିବାର ନଜର ଆସୁଛନ୍ତି । ଏବଂ ଦୁହିଁଙ୍କ ଯୋଡୀ ଖୁବ୍ ସୁନ୍ଦର ଦିଶୁଛି । ଯାହାକୁ ୟୁଜର୍ସମାନେ ବହୁତ ପସନ୍ଦ କରୁଛନ୍ତି ।
ଖବରମୁତାବକ,ଦୁହେଁ ତାଙ୍କ ବିବାହର ରିସେପସନ୍ ପାର୍ଟି ଲୁଧିଆନାରେ ଦେବା ପରେ, ଜୁନ୍ ୨୮ରେ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ୍ ପାର୍ଟିର ଆୟୋଜନ କରିଛନ୍ତି । ଯେଉଁଥିରେ ଟିଭି ତଥା ବଲିଉଡର ଅନେକ କଳାକାରମାନେ ଯୋଗ ଦେବେ ।