ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ସକାଳେ ତେଲେଙ୍ଗାନା ପୋଲିସ ଦ୍ୱାରା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ହତ୍ୟାକାରୀଙ୍କୁ କରାଯାଇଥିବା ଏନକାଉଣ୍ଟରର ଯାଞ୍ଚ କରିବ ଏନଏଚଆରସି ( ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ) । ପୋଲିସ ଦ୍ୱାରା କରାଯାଇଥିବା ସମସ୍ତ ଏନକାଉଣ୍ଟରର ଯାଞ୍ଚ କରିଥାଏ ଏନଏଚଆରସି । ଏଥିପାଇଁ ଏନକାଉଣ୍ଟର କରିଥିବା ପୋଲିସ ସମସ୍ତ ଦସ୍ତାବିଜ ପ୍ରମାଣ ଏନଏଚଆରସିକୁ ଦେବେ । କେଉଁ ପରିସ୍ଥିତିରେ ପୋଲିସ ଏନକାଉଣ୍ଟର କଲା ତାହା ତର୍ଜମା କରାଯିବ ।ଅନ୍ୟପଟେ ଏନେଇ ତେଲେଙ୍ଗାନା ପୋଲିସ କମିଶନର ବା ଏନକାଉଣ୍ଟର ଭିସି ସଜନର କହିଛନ୍ତି ଅଭିଯୁକ୍ତ ପୋଲିସ ହତିଆର ଛଡାଇ ପୋଲିସକୁ ଆକ୍ରମଣ କରିଥିଲା ।
ପୋଲିସ ନିଜକୁ ରକ୍ଷା କରିବାକୁ ଯାଇ ୪ ଜଣଙ୍କୁ ଗୁଳି କରିଥିଲା । ତେବେ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା କରାଯାଉଥିବା ବେଳେ କେତେକ କ୍ଷେତ୍ରରେ ଏହାକୁ ବିରୋଧ କରାଯାଉଛି । ସେମାନେ ଏଯାବତ ଦୋଷୀ ସାବ୍ୟସ୍ତ ହୋଇନଥିଲେ । ତେଣୁ ଏମିତି ହେବା ଦ୍ୱାରା ମାନବଧିକାରର ଉଲ୍ଲଘଂନ ହୋଇଛି । ସୂଚନାଯୋଗ୍ୟ ଆଜି ପୁଲିସ ଏନକାଉଣ୍ଟରରେ ସଫା ହୋଇଛନ୍ତି ୪ ଦୁଷ୍କର୍ମକାରୀ । ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁର୍ଷ୍କମ ଏବଂ ତାପରେ ପୋଡି ଜାଳି ଦେଇଥିବା ଦୁଷ୍କର୍ମକାରୀଙ୍କୁ ଆଜି ସକାଳେ ପୋଲିସ ଏନକାଉଣ୍ଟର କରିଛି । ପୋଲିସକୁ ଚକମା ଦେଇ ଖସି ପଳାଉଥିବା ବେଳେ ୪୪ ନମ୍ବର ଜାତୀୟ ରାଜପଥ ଚେତନାପଲି ଓଭରବ୍ରିଜ୍ ଠାରେ ପୋଲିସ୍ ତାଙ୍କୁ ଏନକାଉଣ୍ଟର କରିଛି । ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।