ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ସକାଳେ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ହତ୍ୟାକାରୀଙ୍କୁ ତେଲେଙ୍ଗାନା ପୋଲିସ ଏନକାଉଣ୍ଟର କରି ହତ୍ୟା କରିଛି । ତେବେ ଏହି ଏନକାଉଣ୍ଟରକୁ ନେଇ ସବୁଆଡୁ ପ୍ରତିକ୍ରିୟା ଆସୁଛି । ସାରା ଦେଶରୁ ଏବେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ସାବାସି ଦିଆଯାଉଛି । ତେବେ ଏହି ଭିତରେ ଅନେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଏହି ଅବସରରେ ଆଜି ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ମାୟାବତୀ ପ୍ରତିକ୍ରିୟା ଦେଇ କହିଛନ୍ତି ୟୁପି ଓ ଦିଲ୍ଲୀ ପୋଲିସ ହାଇଦ୍ରାବାଦ ପୋଲିସ ଠାରୁ କିଛି ଶିଖନ୍ତୁ ।
ସେ ଆହୁରି ମଧ୍ୟ କହିଛନ୍ତି ଉତ୍ତରପ୍ରଦେଶରେ ମହିଳା ମାନଙ୍କ ପ୍ରତି ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି । ମାତ୍ର ରାଜ୍ୟ ସରକାର ଶୋଇଛନ୍ତି । ସେହିଭଳି ହାଇଦ୍ରାବ ପୋଲିସ ଠାରୁ ଦିଲ୍ଲୀ ପୋଲିସ ଶିକ୍ଷା ନେଉ । ଏଠାରେ ଅପରାଧୀ ମାନଙ୍କୁ ଅତିଥି ଭଳି ବ୍ୟବହାର କରାଯାଉଛି । ସେ କହିଛନ୍ତି ମୋ ପାର୍ଟିର ଯାହା ଉପରେ କେବେ ଅଭିଯୋଗ ଆସିଛି ମୁଁ ସେମାନଙ୍କୁ ଜେଲ ପଠାଇଛି । ୟୁପି ପୋଲିସ ଅପରାଧୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ ।