ହାଇଦ୍ରାବଦା(ଏଟିଆର ବ୍ୟୁରୋ): ଗତ କିଛି ଦିନ ତଳେ ହାଇଦ୍ରାବାଦରେ ୪ଜଣ ନର ରକ୍ଷାସ ମହିଳା ଡାକ୍ତର ଦିଶାଙ୍କୁ ଦୁଷ୍କର୍ମ କରିବା ପରେ ଜିଅନ୍ତା ଜାଳି ଦେଇଥିଲେ । ତେବେ ଏହା ପରେ ସାରା ଦେଶରେ ଅଭିଯୁକ୍ତ ମାନଙ୍କୁ ଫାଶୀ ଦେବା ପାଇଁ ଆନ୍ଦୋଳନ କରାଯାଇଥିଲା । ଘଟଣା ଘଟିବାର କିଛି ଦିନ ଭିତରେ ୪ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ସୂଚନା ଯୋଗ୍ୟ ଥାଉକି ଡିସେମ୍ବର ୬ ତାରିଖରେ ଭୋର ସମୟରେ ଗିରଫ ଅଭିଯୁକ୍ତ ମାନଙ୍କୁ ପୋଲିସ ଘଟଣାସ୍ଥଳକୁ ରିକ୍ରିଏସନ ପାଇଁ ନେଇଥିଲା । ଏହି ସମୟରେ ଅଭିଯୁକ୍ତ ମାନେ ପୋଲିସ ମାନଙ୍କ ଠାରୁ ବନ୍ଧୁକ ଛଡାଇ ସେଠାରୁ ଖସି ପଳାଇବା ପାଇଁ ଚେଷ୍ଟା କରିଥିଲେ । ଫଳରେ ପୋଲିସ ମାନେ ଅଭିଯୁକ୍ତ ମାନଙ୍କୁ ଏନକାଉଣ୍ଟର କରିଥିଲେ ।
ତେବେ ଏହି ଘଟଣା ଘଟିବା ଦିନ ଠାରୁ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟ କର ସ ତ ସାମ୍ନାକୁ ଆସିବାର ଲାଗିଛି । ତେବେ ଆଜି ମଧ୍ୟ ଏଭଳି ଏକ ସତ ସାମ୍ନାକୁ ଆସିଛି । ଡାକ୍ତର ଦିଶାଙ୍କୁ ଦୁଷ୍ମର୍ମ ଓ ହତ୍ୟା କରିଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ପୂର୍ବରୁ ମଧ୍ୟ ଏଭଳି କରିଥିବା କଥା ସାମ୍ନାକୁ ଆସିଛି । ଏହି ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ତଦନ୍ତର ସାମ୍ନା କରିଥିବା ବେଳେ ୪ ଅଭିଯୁକ୍ତ ମଧ୍ୟରୁ ଦୁଇ ଅଭିଯୁକ୍ତ ତଦନ୍ତ ଅଧିକାରୀଙ୍କ ପାଖରେ ଏହି କହିଥିଲେ । ଅର୍ଥାତ ଯେଉଁଭଳି ଘଟଣା ଡାକ୍ତର ଦିଶାଙ୍କ ସହ ଅଭିଯୁକ୍ତ ମାନେ ଘଟାଇଥିଲେ । ସେଭଳି ଘଟଣା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇ ଜଣ ଆଗରୁ ବାରମ୍ବାର କରିଛନ୍ତି ।
ତଦନ୍ତ ଅଧିକାରୀଙ୍କ ସୂଚନା ମୁତାବକ ଅଭିଯୁକ୍ତ ମହମ୍ମଦ ଆରିଫ ପୂର୍ବରୁ ୬ଜଣ ମହିଳାଙ୍କ ସହ ଦୁଷ୍କର୍ମ କରି ସେମାନଙ୍କୁ ଜାଳି ଦେଇଥିଲେ । ଅନ୍ୟ ଅଭିଯୁକ୍ତ ଚେନ୍ନାକେଶଭୁଲୁ ୩ଜଣ ମହିଳାଙ୍କ ସହ ଦୁଷ୍କର୍ମ କରି ସେମାନଙ୍କୁ ଜାଳି ଦେଇଥିଲେ । ଏହି ଦୁଇ ଅଭିଯୁକ୍ତ ମାନେ ଏହିସବୁ ଘଟଣା ତେଲେଙ୍ଗାନାର ସଙ୍ଗୀ ରେଡ୍ଡୀ, ରଙ୍ଗା ରେଡ୍ଡୀ ଓ ମେହବୁବନଗର ଜାତୀୟ ରାଜପଥ ଓ ତେଲେଙ୍ଗନା କର୍ଣ୍ଣଟକ ଅଞ୍ଚଳରେ କରିଥିବା କଥା ତଦନ୍ତ ବେଳେ କହିଥିଲେ । ସାଇବରାବାଦ ପୋଲିସ ଓ କର୍ଣ୍ଣାଟକ ପୋଲିସ ଅଭିଯୁକ୍ତ ମାନଙ୍କ ବୟାନ ଆଧାରରେ ତଦନ୍ତ ଚଳାଇଛି ।