ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ ଖେଳା ଯାଉଛି । ତେବେ ଲଗାତାର ଭାବେ ଭାରତୀୟ ଦଳ ୪ ଟି ମ୍ୟାଚ ଜିତି ଆଗୁଆ ଅଛି । ଘରୋଇ ଦଳ ନ୍ୟୁଜିଲାଣ୍ଡ ଶୃଙ୍ଖଳାର ୪ଟି ମ୍ୟାଚ ହାରି ଚାପରେ ରହିଛି । ପୂର୍ବ ଦୁଇଟି ମ୍ୟାଚରେ ସୁପର ଓଭର ହୋଇ ଭାରତ ରେମାଞ୍ଚକ ବିଜୟ ହାସଲ କରିଛି । ତେବେ ଶେଷ ମ୍ୟାଚରେ ଭାରତୀୟ ଦଳ କରିଥିବା ଏକ ଭୁଲ ଯୋଗୁ ଆଇସିସି ଦଳ ଉପରେ ଜରିମାନା ଲଗାଇଛି । ଭାରତୀୟ ଦଳ ଚତୁର୍ଥ ଟି-୨୦ମ୍ୟାଚରେ ମନ୍ଥର ବୋଲିଂ କାରଣରୁ ଆଇସିସି ଜରିମାନା ଲଗାଇଛି । ଭାରତୀୟ ଦଳ ନିର୍ଦ୍ଧାରିତ ସମୟରୁ ଦୁଇ ଓଭର କମ ବୋଲିଂ କରିଥିଲେ ।
ଆଇସିସିର ଆଚାର ସଂହିତା ଅନୁଚ୍ଛେଦ ୨.୨.୧ ଅନୁସାରେ ମନ୍ଥର ଓଭର ଗତି କାରଣରୁ ଖେଳାଳିଙ୍କ ମ୍ୟାଚ୍ ଫିରୁ ବିଳମ୍ବିତ ଓଭର ପ୍ରତି ୨୦ ପ୍ରତିଶତ କଟାଯାଇଛି। ଏହି କାରଣରୁ ଖେଳାଳିଙ୍କ ଉପରେ ୪୦ ପ୍ରତିଶତ ଜୋରିମାନା ଲଗାଯାଇଛି। କ୍ରିସ୍ ବ୍ରଡ଼ଙ୍କ ଅଧ୍ୟକ୍ଷତା ମ୍ୟାଚ୍ ରେଫରୀ ସମିତି ଭାରତ ଉପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଦଳର ଅଧିନାୟକ ବିରାଟ କୋହଲି ଭୁଲ୍ ଏବଂ ସଜା ସ୍ଵୀକାର କରିଛନ୍ତି।