ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଆକାଉଣ୍ଟର କାର୍ଡସ ପାସୱାଡ ମନେ ରଖିବା ଲୋକଙ୍କ ପାଇଁ ମୁସକିଲ । କିଛି ୱେବସାଇଟ୍ ରହିଛି ଯାହା କଷ୍ଟକର ପାସୱାର୍ଡ ନେଇଥାଏ, ଯାହାକୁ ମନେ ରଖିବା କଷ୍ଟକର । ଇତିମଧ୍ୟରେ ଯଦି ଆପଣ ପାସୱାର୍ଡକୁ କୌଣସି ସ୍ଥାନରେ ଲେଖୁଛନ୍ତି , ତେବେ ତାହାଦ୍ୱାରା ବଡ ସମସ୍ୟା ହେବାର ମନରେ ଡର ରହିଥାଏ । ଗ୍ରାହକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଇସିଆଇସିଆଇ ବ୍ୟାଙ୍କ ଡିଜିଟାଲ ବ୍ୟାଙ୍କିଂ ପାଇଁ ଓଟିପି ଆଧାରିତ ଲଗଇନ୍ ସିଷ୍ଟମ ଲଞ୍ଚ କରିଛି । ଏହାଦ୍ୱାରା ଗ୍ରାହକଙ୍କୁ ଆଉ ସେମାନଙ୍କର ଇଂଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ ମନେ ରଖିବାର ଆବଶ୍ୟକତା ନାହିଁ ।
ଆଇସିଆଇସିଆଇ ବ୍ୟାଙ୍କର ଏହି ସୁବିଧା ଦ୍ୱାରା ଗ୍ରାହକ ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ୱାନ ଟାଇମ ପାସୱାର୍ଡ (ଓଟିପି) ସହିତ ଡେବିଡ୍ କାର୍ଡର ପିନ୍ ନମ୍ବର ଉପଯୋଗ କରି ଇଂଟରନେଟ୍ ବ୍ୟାଙ୍କିଂ ଆକାଉଣ୍ଟ ଲଗ୍ ଇନ୍ କରି ପାରିବେ । ଏଭଳି ଆକାଉଣ୍ଟକୁ ଲଗ୍ ଇନ୍ କରିବା ପାଇଁ ଏବେ ଗ୍ରାହକଙ୍କୁ ପାସୱାର୍ଡ ମନେ ରଖିବା ଆବଶ୍ୟକ ନାହିଁ ।
ଆଇସିଆଇସିଆଇ ବ୍ୟାଙ୍କର ପ୍ରବକ୍ତା କହିଛନ୍ତି କି, ଏହି ବ୍ୟାଙ୍କ ସର୍ବଦା ନିଜର ସେବାକୁ ଭଲ କରିବା ପାଇଁ ଚେଷ୍ଟା କରିଥାଏ । ଯାହାଦ୍ୱାରା ଗ୍ରାହକ ପାଇଁ ବ୍ୟାଙ୍କିଂ ସେବା ସୁବିଧାଜନକ ହୋଇପାରିବ । ସେଥିପାଇଁ ଆମେ ଇଂଟରନେଟ୍ ବ୍ୟାଙ୍କିଂ ଗ୍ରାହକଙ୍କ ପାଇଁ ଏକ ଓଟିପି ଆଧାରିତ ଲଗ୍ ଇନ୍ ସୁବିଧା ଲଞ୍ଚ କରିଛୁ ।
ଓଟିପି ଆଧାରି ଲଗ୍ ଇନ୍ ସିଷ୍ଟମ:
– ଓଟିପି ଜେନେରେଟ୍ ହେବା ପରେ ଆସିବ ଅଲର୍ଟ ଇ-ମେଲ
– ଲଗ୍ ଇନ୍ କରିବାର ପାରମ୍ପରିକ ପ୍ରକ୍ରିୟା ଏବଂ ଓଟିପି ଲଗ୍ ଇନ୍ ମଧ୍ୟରେ ସହଜ ନେଭିଗେସନ୍
– କୌଣସି ପ୍ରକାର ସମସ୍ୟା ଯୋଗୁଁ ଏନଆରଆଇ ଗ୍ରାହକଙ୍କ ପାଇଁ ରେଜିଷ୍ଟର୍ଡ ମୋବାଇଲ ନଂ ସହିତ ଗ୍ରାହକ ସହାୟତା ସିଷ୍ଟମ ପର୍ଯ୍ୟନ୍ତ ପହଁଚିବା ସମ୍ଭବ ।
– ସହଜ ହେବା ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ ପ୍ରୋସେସ ।