ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀର ମୁକାବିଲା କରିବାରେ ଲାଗିଛି । ଏହି ରୋଗକୁ ଭଲ କରିବା ପାଇଁ ବ୍ୟବହାର କରାଯାଉଥିବା ଔଷଧର ନାମ ହେଉଛି ହାଇଡ୍ରୋକ୍ସିକ୍ଲୋରୋକୁଇନ । ତେବେ ପୂର୍ବରୁ ଏହି ଔଷଧକୁ ଯେଉଁ ମାନେ କୋଭିଡ-୧୯ ମେଡିକାଲରେ କାମ କରୁଥିଲେ ସେମାନେ ଏହି ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥିଲା । ଏହା ସହ କର୍ମଚାରୀଙ୍କ ପରିବାର ଲୋକ ମାନେ ପ୍ରତିଷେଧକ ଭାବେ ଆଗୁଆ ଏହି ଔଷଧକୁ ସେବନ କରିପାରିବେ ବୋଲି ଆଇସିଏମଆର ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।
ତେବେ ଏହି ଔଷଧ କେଉଁ ମାନେ ସେବନ କରିବେ ସେନେଇ ଗତକାଲି ଆଇସିଏମଆର ପକ୍ଷରୁ ଏକ ନୂତନ ସଂଶୋଧିତ ଗାଇଠ ଲାଇନ ଜାରି କରାଯାଇଛି ।
ଗାଇଡ ଲାଇନ ଅନୁସାରେ ଅଣ-କୋଭିଡ -୧୯ ଡାକ୍ତରଖାନାରେ କାର୍ୟ୍ୟ କରୁଥିବା କରୋନା ଲକ୍ଷଣ ନଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ, କଣ୍ଟେନମେଣ୍ଟ ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମଚାରୀ ଏବଂ କରୋନା ଜୀବାଣୁ ସଂକ୍ରମଣକୁ ରୋକିବା କାର୍ୟ୍ୟକଳାପରେ ଜଡିତ ପାରାମିଲିଟାରୀ ଫୋର୍ସ / ପୋଲିସ୍ କର୍ମଚାରୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନକୁ ପ୍ରତିଷେଧକ ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ଜ୍ଝ ଏହା ସହ ୧୫ ବର୍ଷରୁ କମ୍ ପିଲା ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଏହି ଔଷଧ ନ ଦେବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଯେଉଁମାନେ ହୃଦରୋଗରେ ଆକ୍ରାନ୍ତ ଥାଆନ୍ତି ସେମାନଙ୍କୁ ଏହି ଔଷଧ ଦିଆଯିବା ଉଚିତ୍ ନୁହେଁ। ଡାକ୍ତରଙ୍କ ତତ୍ତ୍ୱବଧାନରେ ଏହି ଔଷଧ ଦିଆଯିବା ଉଚିତ୍ ବୋଲି ଆଇସିଏମଆର ପକ୍ଷରୁ ପରାମର୍ଶ ଦିଆଯାଇଛି ।