ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଦିନରେ ଏଟିଏମରୁ ୫ ହଜାରରୁ ଅଧିକ ଟଙ୍କା ଉଠାଣ ଉପରେ ଦେବାକୁ ପଡିପାରେ ଅତିରିକ୍ତ ଶୁଳ୍କ । ମାଗଣା ୫ଟି ଟ୍ରାଞ୍ଜାକ୍ସନରେ ଏହା ସାମିଲ ହେବ ନାହିଁ । ସେଥିପାଇଁ ଆପଣଙ୍କୁ ଅଲଗା ଟଙ୍କା ଦେବାକୁ ପଡିପାରେ । ଯଦି ଆପଣ ଗୋଟେଥର ଏଟିଏମରୁ ୫ ହଜାରରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କୁ ଚାର୍ଜ ଦେବାକୁ ପଡିପାରେ । ସେଥିପାଇଁ ଆପଣ ୨୪ ଟଙ୍କା ପର୍ଯ୍ୟନ୍ତ ଦେଇପାରନ୍ତି ।
ବର୍ତ୍ତମାନ ଏଟିଏମର ନିୟମ ଅନୁଯାୟୀ ଏଟିଏମରୁ ୫ ଥର ଟଙ୍କା ଉଠାଇଲେ କୌଣସି ଚାର୍ଜ ଲାଗିନଥାଏ । କିନ୍ତୁ ଏହାପରେ ଯଦି ଆପଣ ସେହି ମାସରେ ଆଉ ଏକ ଟ୍ରାଞ୍ଜାକ୍ସନ କରୁଛନ୍ତି ତେବେ ଷଷ୍ଠ ଟ୍ରାଞ୍ଜାକ୍ସନ ଉପରେ ୨୦ ଟଙ୍କା ଲାଗିଥାଏ ।
ପ୍ରକୃତରେ ଭାରତୀ ରିଜର୍ଭ ବ୍ୟାଙ୍କ ର ଏଟିଏମ ଶୁଳ୍କ ସମୀକ୍ଷା ପାଇଁ ଗଠିତ ହୋଇଥିବା ସମିତି ତାଙ୍କର ସୁପାରିଶ ହସ୍ତାନ୍ତର କରିଦେଇଛନ୍ତି । ସେହି ଆଧାରରେ ବ୍ୟାଙ୍କ ଆଠ ବର୍ଷ ପରେ ଏଟିଏମ ଶୁଳ୍କରେ ପରିବର୍ତ୍ତନ କରିପାରେ ।