ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସଏସ)ର ପ୍ରମୁଖ ମୋହନ ଭାଗବତଙ୍କୁ ଆତଙ୍କବାଦୀ ବୋଲି ପଞ୍ଜାବୀ ର୍ୟାପ୍ କଣ୍ଠଶିଳ୍ପୀ ହାର୍ଡକୋର କହିଛନ୍ତି । ଏହାସହିତ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ନେଇ ଅଭଦ୍ର ଟିପ୍ପଣୀ କରିଛନ୍ତି ।
ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ଇଂଷ୍ଟଗ୍ରାମରେ ୨୬/୧୧ ଆତଙ୍କବାଦୀ ହମଲାରେ ମୃତ୍ୟୁବରଣ କରିଥିବା ହେମନ୍ତ କରକରେ ସହ ଜଡିତ ପୁସ୍ତକ (who killed karkare) ର ଫ୍ରଣ୍ଟ ପେଜ୍ ର ଫଟୋ ସେୟାର କରି ସେ ଲେଖିଛନ୍ତି କି ଏହାକୁ ଆରଏସଏସ ହିଁ କରିଛି । ଏହାବ୍ୟତିତ ସେ ଆରଏସଏସର ପ୍ରମୁଖଙ୍କୁ କେବଳ ଜାତିବାଦୀ ବୋଲି କହିଛନ୍ତି । ଦେଶରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ହମଲା ଏବଂ ପୁଲୱାମା ହମଲାକୁ ନେଇ ଆରଏସଏସକୁ ଦୋଷୀ କରିଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଏକ ଫଟୋ ସେୟାର କରି ଅଭଦ୍ର ଭାଷାର ବ୍ୟବହାର କରିଛନ୍ତି । ଏହାସହିତ ସେ ଗୌରୀ ଲଙ୍କେଶ ହତ୍ୟା ମାମଲାରେ କମେଣ୍ଟ କରିଛନ୍ତି । ହାର୍ଡକୌରଙ୍କ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ୟଚଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି । ଏହାପରେ ଟ୍ରୋଲର୍ସଙ୍କୁ ବି ଛାଡି ନାହାନ୍ତି ହାର୍ଡକୌର । ସେମାନଙ୍କୁ ବି ଅଭଦ୍ର ଭାଷା ବ୍ୟବହାର କରିଛନ୍ତି ।