ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନେକ ଥର ଯାତ୍ରା ପାଇଁ ଯୋଜନା କରିବା ପରେ ମଧ୍ୟ ଯାତ୍ରାରେ ଯାଇ ହୋଇନଥାଏ । ଏଭଳି ସ୍ଥିତିରେ ଟ୍ରେନ୍ ଟିକେଟ ବାତିଲ କରିବା ହିଁ ଏକମାତ୍ରା ବିକଳ୍ପ ରହିଥାଏ । ଟ୍ରେନ୍ ଟିକେଟ୍ ବାତିଲ୍ କରି ରେଳବାଇ ଏହାର କାର୍ୟ୍ୟର ଅତିରିକ୍ତ ଭାର ବହନ କରେ । ପ୍ରତ୍ୟେକ ଶ୍ରେଣୀ ପାଇଁ ବିଭିନ୍ନ ଶୁଳ୍କ ଆଦାୟ କରାଯାଏ । ତେଣୁ ଟିକେଟ ବାତିଲ ହେଲେ ରେଳବାଇ କେତେ ପ୍ରକାରର ଶୁଳ୍କ ଆଦାୟ କରେ ତାହା ଜାଣିବା ଜରୁରୀ ଅଟେ।
ଯଦି ଟ୍ରେନ୍ ଟିକେଟ ସ୍ଲିପର ବା କୌଣସି ଅନ୍ୟ କ୍ଲାସର ଏବଂ ତାହା ୱେଟିଙ୍ଗ ଲିଷ୍ଟରେ ବା ଆରଏସି ରେ ରହିଥିବ ତେବେ ଟ୍ରେନ ଛାଡିବାର ୩୦ ମିନିଟ୍ ପୂର୍ବରୁ ଟିକେଟ ବାତିଲ କରାଯାଇ ପାରିବ । ଏଥିପାଇଁ ରେଳବାଇ ପ୍ରତି ଟିକେଟରେ ୬୦ ଟଙ୍କା ଆଦାୟ କରିଥାଏ । କିନ୍ତୁ ଯଦି ଟ୍ରେନ୍ ଛାଡିବାର ପୂର୍ବ ୩୦ ମିନିଟ ପରେ ଟିକେଟ କ୍ୟାନସଲ କରିବେ ତେବେ ତେବେ ଏଥିରେ ରେଳବାଇ ଆପଣଙ୍କୁ କୌଣସି ଟଙ୍କା ପେରସ୍ତ କରିନଥାଏ । ଟିକେଟର ସମ୍ପୂର୍ଣ୍ଣ ଟଙ୍କା ରଖିଦେଇଥାଏ ।
ଯଦି ଆପଣଙ୍କ ଟିକେଟ କନଫର୍ମ ହୋଇଯାଇଛି ଏବଂ ଟ୍ରେନ୍ ଛାଡିବାର ୪୮ ଘଣ୍ଟା ପୂର୍ବରୁ ଟିକେଟ କ୍ୟାନସଲ କରୁଛନ୍ତି ତେବେ ଏଭଳି ସ୍ଥିତିରେ ରେଳବାଇ ପ୍ରତ୍ୟେକ କ୍ଲାସ ପାଇଁ ଭିନ୍ନ ଭିନ୍ନ ଚାର୍ଜ ନେଇଥାଏ । ସେକେଣ୍ଡ କ୍ଲାସ ଟିକେଟ କାନସଲ କରିବା ଉପରେ ପ୍ରତି ଯାତ୍ରୀ ପିଛା ୬୦ ଟଙ୍କା, ସେକେଣ୍ଡ କ୍ଲାସ ସ୍ଲିପର ଉପରେ ୧୨୦ ଟଙ୍କା, ୩ ଏସି/ଏସି/ ୩ ଏ ଇକୋନୋମିକ ଉପରେ ୧୮୦ ଟଙ୍କା, ୨ ଏସି/ ଫଷ୍ଟକ୍ଲାସ ଉପରେ ୨୦୦ ଟଙ୍କା, ଏଗ୍ଜିକ୍ୟୁଟିଭ କ୍ଲାସ ଉପରେ ୨୪୦ ଟଙ୍କା ଚାର୍ଜ ନେଇଥାଏ ରେଳବାଇ ।
ସେହିପରି ଟିକେଟ କନଫର୍ମ ଅଛି ଏବଂ ଟ୍ରେନ ଛାଡିବାର ୧୨ ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରୁଛନ୍ତି ତେବେ ରେଳବାଇ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ ଟିକେଟ ମୂଲ୍ୟର ନ୍ୟୁନତମ ୨୫ ପ୍ରତିଶତ ଚାର୍ଜ କରିବ ।
ଅନ୍ୟପଟେ ଯଦି ଟ୍ରେନ ଛାଡିବାର ୪ ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରୁଛନ୍ତି ତେବେ ରେଳବାଇ ୫୦ ପ୍ରତିଶତ ଚାର୍ଜ କରିବ । ସେହିପରି ଯଦି ଟ୍ରେନ୍ ଛାଡିବାର ୪ ଘଣ୍ଟା ପୂର୍ବର ପରେ ଟିକେଟ ବାତଲ କରୁଛନ୍ତି ତେବେ କୌଣସି ଟଙ୍କା ଫେରସ୍ତ କରିବନି ରେଳବାଇ ।