ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ପ୍ରକୋପ । ଏବେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୮ ହଜାର ୪୪୭ କୁ ଛୁଇଁଛି । ସେହିପରି ଏହି ଭାଇରସରେ ମୃତକଙ୍କ ସଂଖ୍ୟା ୩୫୮୩ କୁ ପହଁଚିଛି । ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ।ଦଶରେ କରୋନା ଭାଇରସ ସଂକ୍ରମଣର ୬୦୮୮ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୧୪୮ ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶରେ ଯେଉଁ ମୋଟ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି, ସେମାନଙ୍କ ମଧ୍ୟରୁ ଅଧା ମାମଲା ମେ’ ୮ ପରେ ସାମ୍ନାକୁ ଆସିଛି । ମେ ୮ ରେ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା କି ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫୬,୩୪୨କୁ ଛୁଇଁଥିଲା । ଏହାପରେ ସଂଖ୍ୟା ଦୁଇଗୁଣା ହୋଇ ଯାଇଛି ।
ତେବେ ଆସନ୍ତୁ ଜାଣିବେ କେଉଁ ରାଜ୍ୟରେ କେତେ ଜଣଙ୍କ ମୃତ୍ୟୁ ହୋଇଛି…
ସ୍ୱାସ୍ଥ୍ୟମନ୍ତ୍ରାଳୟ ମୁତାବକ, ମୃତ ସଂଖ୍ୟା ସବୁଠାରୁ ଅଧିକ ହେଉଛି ମହାରାଷ୍ଟ୍ରରେ । ସେହିଅନୁଯାୟୀ ମହାରାଷ୍ଟ୍ର ୧୪୫୪ ଙ୍କ ମୃତ୍ୟୁ, ଗୁଜୁରାଟରେ ୭୭୩, ମଧ୍ୟପ୍ରଦେଶରେ ୨୭୦, ପଶ୍ଚିମବଙ୍ଗରେ ୨୫୯, ରାଜସ୍ଥାନରେ ୧୫୧, ଦିଲ୍ଲୀରେ ୧୯୪, ଉତ୍ତରପ୍ରଦେଶରେ ୧୩୮, ଆନ୍ଧ୍ରପ୍ରଦେଶରେ ୫୩, ତାମିଲନାଡୁରେ ୯୪, ତେଲେଙ୍ଗାନାରେ ୪୫, କର୍ଣ୍ଣାଟକରେ ୪୧, ପଞ୍ଜାବରେ ୩୯, ଜମ୍ମୁ-କଶ୍ମୀରରେ ୨୦, ହରିଆଣାରେ ୧୫, ବିହାରରେ ୧୧, ଓଡିଶାରେ ୭, କେରଳ ୪, ଝାରଖଣ୍ଡ ୩, ଚଣ୍ଡିଗଡରେ ୩, ହିମାଚଳ ପ୍ରଦେଶରେ ୩, ଆସାମରେ ୪ ଏବଂ ମେଘାଳୟରେ ଜଣେ ।