ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସମସ୍ତ କରଦାତ୍ତାଙ୍କ ପାଇଁ ଆୟକର ବିଭାଗ ପକ୍ଷରୁ ଏକ ଚେତାବନୀ ଜାରି କରାଯାଇଛି । ଯେଉଁଥିରେ ସିଧା ସଳଖ କୁହାଯାଇଛିି କି ବାଜେ ଟାକ୍ସ ରିଫଣ୍ଡ ମେସେଜରୁ ଦୂରେଇ ରୁହନ୍ତୁ , ଯାହାଫଳରେ ଆପଣ ଯେକୌଣସି ପ୍ରକାର ଫ୍ରଡ କେସ୍ ରୁ ରକ୍ଷା ପାଇ ପାରିବେ । ଆୟକର ବିଭାଗର କହିବାନୁଯାୟୀ, ଇଆଡୁ ସିଆଡୁ ବାଜେ ଟାକ୍ସ ରିଫଣ୍ଡ ମେସେଜ ପାଲାରେ ପଡନ୍ତୁ ନାହିଁ ଏବଂ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ, ପିନ୍, ଓଟିପି,ପାସୱାଡ ଏବଂ ଅନ୍ୟ ଆର୍ଥିକ ସମ୍ବନ୍ଧ ବିଷୟରେ କାହାରିକୁ କିଛି ସୂଚନା ଦିଅନ୍ତୁ ନାହିଁ ।
ଏହି ସମ୍ବନ୍ଧରେ ଏସଏମଏସ ଏବଂ ଇମେଲ ଜରିଆରେ ଆୟକର ବିଭାଗ ଲୋକଙ୍କୁ ଜାଗୃତ କରାଉଛି । ଆୟକର ବିଭାଗ ଅନୁଯାୟୀ, ଏସଏମଏସ ଏବଂ ଇମେଲ ଦ୍ୱାରା କଦାପି ଆପଣଙ୍କୁ ବିଭାଗ ପକ୍ଷରୁ ଆପଣଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ପିନ୍, ଓଟିପି, ପାସୱାଡ୍ ର ସୂଚନା ମଗା ଯାଏ ନାହିଁ । ସେଥିପାଇଁ ଏଭଳି ମେସେଜରୁ ଉପଭୋକ୍ତାମାନେ ଦୂରେଇ ରହିବା ନିହାତି ଜରୁରୀ ।
ବିଭାଗ ପକ୍ଷରୁ କୁହାଯାଇଛି କି, ସାବଧାନତା ସହ ଫିସିଙ୍ଗ ଇମେଲ ଚିହ୍ନଟ କରନ୍ତୁ । ସେଥିପାଇଁ ଆୟକର ବିଭାଗ ପକ୍ଷରୁ କିଛି ସୂଚନା ଦିଆଯାଇଛି । ଯେପରିକି ଯେଉଁ ଆଇଡିକୁ ମେଲ୍ ଆସିଛି ତାକୁ ଧ୍ୟାନର ସହ ଦେଖନ୍ତୁ । ସେଥିରେ ହୁଏତ ଭୁଲ୍ ସ୍ପେଲିଙ୍ଗ ଥିବ ନଚେତ୍ ଆୟକର ବିଭାଗ ୱେବସାଇଟରୁ ମିଶୁଥିବା କିଛି ଅଲଗା ନାଁ ଥିବ ।