ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି ଆୟକର ବିଭାଗର ନୂତନ ପୋର୍ଟାଲ । ଆୟକର ବିଭାଗ ଅନୁଯାୟୀ, କରଦାତା ଏହି ପୋର୍ଟାଲରେ ଅନଲାଇନ ବିବରଣୀ ପ୍ରଦାନ କରିପାରିବେ । ଏହା ସହିତ, ଏହି ପୋର୍ଟାଲ୍ ପ୍ରଦତ୍ତ ବିବରଣୀଗୁଡିକର ତୁରନ୍ତ ପ୍ରକ୍ରିୟାକରଣର ସୁବିଧା ସହିତ ଜଡିତ ଏବଂ ଏହା ସହିତ ଟ୍ୟାକ୍ସ ଫେରସ୍ତ ପ୍ରକ୍ରିୟା ମଧ୍ୟ ଶୀଘ୍ର ସମାପ୍ତ ହୋଇପାରିବ ।
କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି)ର ବିଜ୍ଞପ୍ତି ଅନୁସାରେ ,ହି ପୋର୍ଟାଲ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ.ଇନକମଟ୍ୟାକକ୍ସ.ଜିଓଭି. ଇନ୍ ଆଜିଠୁ ଆରମ୍ଭ ହେଉଛି ।
ଏହାସହିତ ସିବିହିଟି ଏକ ନୂତନ କର ପେମେଣ୍ଟ ସିଷ୍ଟମ ମଧ୍ୟ ଜୁନ୍ ୧୮ରେ ଆରମ୍ଭ କରିବାକୁ ଯାଉଛି । ପୋର୍ଟାଲ ଲଞ୍ଜ କରାଯିବା ପରେ ଆପ୍ ମଧ୍ୟ ଜାରି କରାଯିବ । ଯାହାଫଳରେ କରଦାତା ବିଭିନ୍ନ ସୁବିଧାର ଲାଭ ଉଠାଇ ପାରିବେ ।