ଅହମଦାବାଦ(ଏଟିଆର ବ୍ୟୁରୋ): ଦେଶରେ ‘ସିଏଏ’ ଓ ‘ସିଏବି’ କୁ ଚାରିଆଡେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ କେହି କେହି ଏହାକୁ ବିରୋଧ କରୁଥିବା ବେଳେ ବହୁତ ଲୋକ ଏହି ବିଲ୍ କୁ ସମର୍ଥନ ମଧ୍ୟ କରୁଛନ୍ତି ।
ଗତକାଲି ସାବରମତୀ ଆଶ୍ରମ ବାହାରେ ‘ସିଏଏ’ କୁ ସମର୍ଥନ କରି ବାହାରିଥିଲା ଏକ ରାଲି । ତେବେ ଏହି ରାଲିରେ ଭାଷଣ ଦେଇ ଗୁରୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କହିଛନ୍ତି ‘ମୁସଲମାନ ମାନଙ୍କ ପାଇଁ ୧୫୦ଟି ଦେଶ ଥିବାବେଳେ ଭାରତୀୟ ମାନଙ୍କ ପାଇଁ କେବଳ ଭାରତ ଅଛି’ ଏଥି ସହିତ କଂଗ୍ରେସକୁ ମଧ୍ୟ ତୀବ୍ର ସମାଲୋଚନା କାରିଥିଲେ ବିଜୟ ।
ବସବାସ ପାଇଁ ମୁସଲମାନ ମାନେ ବିଶ୍ୱର ୧୫୦ଟି ଇସଲାମୀୟ ଦେଶରୁ ଯେ କୌଣଷି ଗୋଟିଏ କୁ ବାଛି ପାରିବେ କିନ୍ତୁ ହିନ୍ଦୁ ମାନଙ୍କ ପାଇଁ ଅଛି କେବଳ ଭାରତ ।
ସୁଚନା ଅନୁସାରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ପାକିସ୍ତାନରେ ୨୨ପ୍ରତିଶତ ହିନ୍ଦୁ ଥିଲେ ମାତ୍ର ଅତ୍ୟାଚାର ବୃଦ୍ଧି ପାଇବା ଯୋଗୁ ଏବେ ତାହା ହ୍ରାସ ପାଇ ୩ପ୍ରତିଶତରେ ପହଞ୍ଚିଛି । ସେହିପରି ବାଂଲାଦେଶରେ ମଧ୍ୟ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇ ୨ପ୍ରତିଶତରେ ପହଞ୍ଚିଛି । କିଛି ବର୍ଷ ପୁର୍ବେ ଆଫଗାନିସ୍ତାନରେ ୨ଲକ୍ଷରୁ ଅଧିକ ହିନ୍ଦୁ ଓ ଶିଖ୍ ଥିବା ବେଳେ ବର୍ତ୍ତମାନ ୫୦୦ ହିନ୍ଦୁ ଏବଂ ଶିଖ୍ ଅଛନ୍ତି ।