ବିଶ୍ୱ ବ୍ୟପାରରେ ଆଜି ଦେଖିବାକୁ ମିଳିଛି ଶୀତଳ ଯୁଦ୍ଧ । ଯଦି ଡୋନାଲ୍ଡୂୂ ଟ୍ରମ୍ପ ନିଜସ୍ୱ ଅତିରିକ୍ତ ଆୟ ଶୁଳ୍କକୁ ପ୍ରତ୍ୟାହାର ନକରିବେ, ତେବେ ଚୀନ ଏନେଇ ବଡ଼ ପଦକ୍ଷେପ ନେଇପାରେ ବୋଲି ଅବଗତ କରାଇଛି ।
ଅନ୍ୟପଟେ ଭାରତ ମଧ୍ୟ ୟୁରୋପିୟ ୟୁନିୟନକୁ ଅନୁସରଣ କରି ବଡ଼ ପଦକ୍ଷେପ ନେଲା ଭଳି ଆମେରିକାରୁ ଆସୁଥିବା ଉତ୍ପାଦନର ସୀମା ଶୁଳ୍କ ବୃଦ୍ଧି କରି ଦେଇଛି । ତେବେ ଏହି ଉତ୍ପାଦନରେ ଚଣା, ମସୁର ଡାଲ, ଆର୍ଟିମିୟା ସାମିଲ ରହିଛି । ଏହି ନୂଆ ଶୁଳ୍କ ସୀମା ଅଗଷ୍ଟରୁ କାର୍ଯ୍ୟକାରୀ ହେବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ।
ମଟର ଓ ବଙ୍ଗାଲୀ ଚଣା ଉପରେ ୬୦ ପ୍ରତିଶତ ଶୁଳ୍କ ବୃଦ୍ଧି କରିଥିବା ବେଳେ ମସୁର ଡାଲି ଉପରେ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ବୋରିକ ଏସିଡ ଉପରେ ୭.୫ ପ୍ରତିଶତ ହୋଇଥିଲା ବେଳେ ଘରେ ବ୍ୟବହୃତ ରିଜେଂଟ ଉପରେ ୧୦ ପ୍ରତିଶତ ଶୁଳ୍କ ବୃଦ୍ଧି କରାଯାଇଛି । ଲୁହା ଏବଂ ଇସ୍ପାତ ଉତ୍ପାଦ, ସେଓ ନାଶପାତି, ଷ୍ଟେନଲେସ ଷ୍ଟିଲ, ମିଶ୍ରଧାତୁ ଇସ୍ପାତ, ଟ୍ୟୁବ ପାଇପ ଫିଟିଂ, ସ୍କ୍ରୁ, ବୋଲ୍ଟ ଓ ରିବେଟ ଉପରେ ମଧ୍ୟ ଶୁଳ୍କ ବୃଦ୍ଧି କରାଯାଇଛି । କିନ୍ତୁ ମୋଟରସାଇକେଲ ଉପରେ ଶୁଳ୍କ ରାଶୀ ବୃଦ୍ଧି କରାଯାଇ ନାହିଁ । କୁହାଯାଉଛି ଆମେରିକା ଭାରତର ଇସ୍ପାତ ଏବଂ ଏଲୁମିନିୟମ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଥିବାରୁ ଏହିସବୁ ଉତ୍ପାଦନ ଉପରେ ଶୁଳ୍କ ରାଶୀ ବୃଦ୍ଧି କରିଛି ଭାରତ ।