ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଲୱେ ପକ୍ଷରୁ ରବିବାର ଦିନ ୩୦୦ ରୁ ଅଧିକ ଟ୍ରେନ୍ କୁ ବାତିଲ କରାଯାଇଛି । ଯଦି ଆପଣ ଟ୍ରେନ୍ ଯୋଗେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ବାହାରିଛନ୍ତି ତେବେ ଟ୍ରେନ୍ ର ସ୍ଥିତି ବିଷୟରେ ନିଶ୍ଚିତ ରୂପେ ଯାଞ୍ଚ କରିନିଅନ୍ତୁ ।
ରେଲୱେ ୱେବସାଇଟ ତଥା ନେସନାଲ ଟ୍ରେନ୍ ଇନକ୍ୱାରୀ ସିଷ୍ଟମ (ଏନଟିଏସ) ରେ ବାତିଲ କରାଯାଇଥିବା ଟ୍ରେନ୍ ର ସୂଚି ଜାରି କରାଯାଇଛି । ରେଲୱେ ମୁତାବକ, ତାଜ୍ ଏକ୍ସପ୍ରେସ, ଜନଶତାବ୍ଧି ଏକ୍ସପ୍ରେସ ସମେତ ଅନେକ ଟ୍ରେନ୍ କୁ ବାତିଲ କରାଯାଇଛି । ବିଭିନ୍ନ ସ୍ଥାନକୁ ଯିବା ପାଇଁ ଥିବା ରେଲୱେ ଟ୍ରାକ ଗୁଡିକର ମରାମତି ହେବ ସେନେଇ ଟ୍ରାଫିକ୍ ବ୍ଲକ ରହିବ । ସେଥିପାଇଁ ରେଲୱେ ପକ୍ଷରୁ ଅନେକ ଟ୍ରେନ୍ କୁ ବାତିଲ କରାଯାଇଛି ।
ସେହିପରି ଟ୍ରେନ୍ ବାତିଲକୁ ନେଇ ଷ୍ଟେସନମାନଙ୍କରେ ଘୋଷଣା ମଧ୍ୟ କରାଯାଉଛି । ଏହାବ୍ୟତିତ ଯାତ୍ରୀମାନେ ୧୩୯ ସେବାରେ ଏସଏମଏସ କରି ଟ୍ରେନ୍ ର ସ୍ଥିତି ବିଷୟରେ ଜାଣିପାରିବେ । ଅପରପକ୍ଷେ ଯେଉଁ ଯାତ୍ରୀଙ୍କ ଟ୍ରେନ୍ ବାତିଲ ହୋଇଯାଇଛି ସେମାନେ ସେମାନଙ୍କର ଟିକେଟ କ୍ୟାଂସଲ କରି ଟଙ୍କା ରିଫଣ୍ଡ ନେଇପାରିବେ ।