ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦବଙ୍ଗ ଆଇପିଏସ ଏବଂ ଦେଶର ପ୍ରଥମ ମହିଳା ପୋଲିସ ମହାନିର୍ଦ୍ଦେଶକ(ଡିଜିପି) କଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସୋମବାର ନିଧନ ହୋଇଛି । ଦୀର୍ଘ ଦିନ ହେବ ସେ ରୋଗରେ ପୀଡିତ ଥିବା ଯୋଗୁଁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତିି । ଏନେଇ ଉତ୍ତରପ୍ରଦେଶର ମହାନିର୍ଦ୍ଦେଶକ ଅଶୋକ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
୧୯୭୩ ବ୍ୟାଚରେ ଭାରତୀୟ ପୋଲିସ ସେବାର ୟୁପି କ୍ୟାଡର ଅଧିକାରୀ ଥିଲେ କଞ୍ଚନ ଚୌଧୁରୀ । ଏହାପରେ ସେ ଉତ୍ତରାଖଣ୍ଡ ବଦଳି ହୋଇଥିଲେ । ୨୦୦୪ ଉତ୍ତରାଖଣ୍ଡରେ ଯେତେବେଳେ କଞ୍ଚନ ଚୌଧୁରୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ରୂପେ ଦାୟିତ୍ୱ ଦିଆଗଲା ସେତେବେଳେ ସେ ଦେଶର ପ୍ରଥମ ଡିଜିପି ଥିଲେ ।
ସେହିପରି ୨୦୧୪ ମସିହାରେ ସେ ରାଜନୀତିରେ ପାଦ ଥାପି ଥିଲେ । କିନ୍ତୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜନୀତିରେ ନିଜର ଦବଙ୍ଗଗିରି ଦେଖା ପାରିନଥିଲେ । ଖୁବ୍ କମ ସମୟ ମଧ୍ୟରେ ସେ ରାଜନୀତିକୁ ବାଏ ବାଏ କରି ଦେଇଥିଲେ ।
ସେପଟେ ପୂର୍ବତନ ଡିଜିପିଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଉତ୍ତରାଖଣ୍ଡ ପୋଲିସ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି ।