ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ମହାକାଶ ଦୁନିଆରେ ଦିନକୁ ଦିନ ଭାରତ ସଫଳ ହେବାରେ ଲାଗିଛି । ସେହିଭଳି ଆଜି ଅପରାହ୍ନ ୧ଟା ୨୮ ମିନିଟରେ ମଧ୍ୟ ଅନ୍ତର ମହାଦ୍ୱୀପିୟ ବାଲିଷ୍ଟିକ୍ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିଛି ଭାରତ । ଏହାକୁ ମିଶାଇ ଭାରତ ପ୍ରାୟ ୭ଟି ଅନ୍ତରୀକ୍ଷର ସଫଳ ପରୀକ୍ଷଣ କରିସାରିଛି । ତେବେ ୫୫୦୦ କିଲୋମିଟର ପର୍ଯ୍ୟନ୍ତ ଭେଦ କରିପାରୁଥିବା ଏହି ଅଗ୍ନି-୫ ମିସାଇଲକୁ ପ୍ରଥମେ ଓଡିଶାର ସମୁଦ୍ର କୂଳରେ ପରୀକ୍ଷଣ କରାଯାଇଛି ।
ଡିଆରଡିଓ ନିର୍ମାଣ କରିଥିବା ଏହି ଅଗ୍ନି-୫ର କ୍ଷମତା ୫୫୦୦ କିଲୋମିଟରୁ ଅଧିକ ରହିଛି, ଯାହାକି ଚୀନ୍, ୟୁରୋପ ଓ ପାକିସ୍ତାନକୁ ଭେଦ କରିବାର କ୍ଷମତା ରଖିଛି । ଏନେଇ ଅଗ୍ନି-୫କୁ ପ୍ରଥମ ବାଲିଷ୍ଟିକ୍ ମିସାଇଲ ବୋଲି ଗଣନା କରାଯାଉଛି । ଘଣ୍ଟାକୁ ପ୍ରାୟ ୨୫ ହଜାର କିଲୋମିଟର ବେଗରେ ଗତି କରୁଥିବା ଏହି ମିସାଇଲ ଚୀନର ଯେକୌଣସି ସ୍ଥାନକୁ ଭେଦ କରିବାର କ୍ଷମତା ରଖିଛି । ଆମେରିକା, ଫ୍ରାନ୍ସ, ଋଷ ଓ ଚୀନକୁ ବାଦ ଦେଇ ଏବେ ଇଣ୍ଟରକୋଣ୍ଟିନେଟାଲ ବାଲିଷ୍ଟିକ କ୍ଷେତ୍ରରେ ୫ମ ସ୍ଥାନ ଅଧିକାର କରିଛି ।