ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଂଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ୍ ର ନୂତନ ପ୍ରାଇଭେସି ପଲିସି ଘୋଷଣା ହେବା ପରେ ଏବେ ହ୍ୱାଟ୍ସଆପ୍ ର ବିକଳ୍ପ ଭାବେ ଅନେକ ଆପ୍ ସାମ୍ନାକୁ ଆସିଛି । ଏବେ ଏହି ଲିଷ୍ଟରେ ଆଉ ଏକ ଆପ୍ ସାମିଲ ହୋଇଛି । ବାସ୍ତବ ଭାରତ ସରକାର ଏକ ମେଡ ଇନ୍ ଇଣ୍ଡିଆ ଆପ୍ ସନ୍ଦେଶ ଆଣିଛନ୍ତି । ଏହି ଆପ୍ ଏବେ ଟେଷ୍ଟିଙ୍ଗ ଷ୍ଟେଜ୍ ରେ ରହିଛି । ବର୍ତ୍ତମାନ ସରକାରୀ ଅଧିକାରୀମାନେ ଏହି ଆପ୍ କୁ ବ୍ୟବହାର କରୁଛନ୍ତି । ଟେଷ୍ଟିଙ୍ଗ କମ୍ପ୍ଲିଟ ହେବା ପରେ ଏହି ଆପ୍ ସମସ୍ତଙ୍କ ପାଇଁ ରୋଲ ଆଉଟ ହୋଇଯିବ ।
ହ୍ୱାଟ୍ସଆପ୍ ର ନୂତନ ପ୍ରାଇଭେସି ପଲିସି ଘୋଷଣା ହେବା ପରେ ୟୁଜର୍ସଙ୍କ ମଧ୍ୟରେ ମେସେଜିଙ୍ଗ ଆପ୍ କୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ଏହାକୁ ଦୃଷ୍ଟିରେ ରଖି ଏହି ଆପ୍ କୁ ଲଞ୍ଚ କରାଯାଇଛି । ପ୍ରାଇଭେସିକୁ ଦୃଷ୍ଟିରେ ରଖି ଏହି ଆପ୍ ରେ ସାଇନ୍ ଇନ୍ ପାଇଁ ଓଟିପି ବ୍ୟବହାର କରାଯାଇଛି । ଏହି ଆପ୍ କୁ ଗଭର୍ଣ୍ଣମେଣ୍ଟ ଇଂଷ୍ଟାଣ୍ଟ ମେସେଜିଙ୍ଗ ସିଷ୍ଟମ ନାଁ ଦିଆଯାଇଛି ।
ନେସନାଲ ଇନଫର୍ମେଟିକ୍ସ ସେଂସର ଦ୍ୱାରା କଣ୍ଟ୍ରୋଲ କରାଯିବାକୁ ଥିବା ସନ୍ଦେଶ ଆପ୍ ରେ ଚାଟିଙ୍ଗ୍ ସହିତ ଭଏଲ କଲିଂ ଫିଚର ମଧ୍ୟ ଦିଆଯାଇଛି । ଏଥିରେ ୟୁଜର୍ସଙ୍କୁ ସାଇନ୍ ଇନ୍ କରିବା ପାଇଁ ତିନୋଟି ଅପ୍ସନ ମିଳିବ ।