ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ ମେ’ ମାସ ଆରମ୍ଭ ହୋଇଥିବା ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଭାରତ ତୃତୀୟ ଥର ଚୀନ ଉପରେ ଡିଜିଟାଲ ଷ୍ଟାଇକ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥରକ ୪୩ ଟି ମୋବାଇଲ ଆପ୍ ଉପରେ ବ୍ୟାନ ଲଗାଯାଇଛି । ଏପର୍ଯ୍ୟନ୍ତ ଚୀନ ର ପାଖାପାଖି ୨୨୦ ଚିନି ମୋବାଇଲ ଆପ୍ କୁ ଭାରତରେ ବ୍ୟାନ କରାଯାଇ ସରିଲାଣି । ଏଥିରେ ଟିକଟକ୍, ପବଜୀ, ୟୁସି ବ୍ରାଉଜର ଭଳି ପପୁଲାର ଆପ୍ ସାମିଲ ଅଛି । ହୁଏତ ଏଇ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗ ଙ୍କ ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ଆମ୍ନା ସାମ୍ନା ହୋଇଥିଲା କିନ୍ତୁ ଏଥିରୁ ସ୍ପଷ୍ଟ ହେଉଛି କି ଦୁଇ ଦେଶ ମଧ୍ୟରେ କିଛି ବି ଠିକ୍ ନାହିଁ ।
ସୂଚନା ପ୍ରଦ୍ୟୋଗିକ ଆଇନର ଧାରା ୬୯ଏ ଅନୁଯାୟୀ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଯେଉଁ ଆପ୍ଲିକେଶନକୁ ଭାରତରେ ବ୍ୟାନ କରାଯାଇଛି ସେଥିରେ ଚିନି କମ୍ପାନୀ ବି ଅଲିବାବା ଡଟ କମ ସହ ଜଡିତ । ଏଥରକ ବ୍ୟାନ ତାଲିକାରେ ଅଲିବାବା ଗ୍ରୁପର ଅନେକ ଆପ୍ସ ସାମିଲ ଅଛି । ବ୍ୟାନ କରାଯାଇଥିବା ମୋବାଇଲ ଆପ୍ ତାଲିକାରେ ଅଲି ସପ୍ଲାୟର, ଅଲିବାବା ୱର୍କବେଞ୍ଚ, ଅଲିଏକ୍ସପ୍ରେସ ସ୍ମାର୍ଟ ସପିଙ୍ଗ, ଅଲି ପେ କ୍ୟାଶିୟର, ଲାଲା ମୁଭ ଇଣ୍ଡିଆ, ସ୍ନାକ ଭିଡିଓ, କେମକାର୍ଡ, ଚାଇନିଜ୍ ସଜୋସଲ , ଭି-ଡେଟ , ଭି-ୱର୍କ ଚାଇନା, ମ୍ୟାଙ୍ଗୋ ଟିଭି ଆଦି ସାମିଲ ଅଛି । ଇଲେକ୍ଟ୍ରନିକ୍ସ ଏବଂ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ୪୩ ଆପ୍ ଉପରେ ବ୍ୟାନ ର ଏହି ପଦକ୍ଷେପ ଭାରତୀୟ ନାଗରିକଙ୍କ ସହ ଜଡିତ ତଥ୍ୟର ସୁରକ୍ଷା ଏବଂ ଭାରତର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି ।