ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଭୂମି ପେଡନେକରଙ୍କ ନୂତନ ଫିଲ୍ମ ‘ଦୁର୍ଗମତୀ’ ର ଟ୍ରେଲର ଲଞ୍ଚ ହୋଇଛି । ଏହି ଟ୍ରେଲରରେ ତାଙ୍କ ସହିତ ଅର୍ଶଦ ୱାର୍ସୀ ବି ନଜର ଆସିଛନ୍ତି । ଫିଲ୍ମର ଟ୍ରେଲରରେ ଥ୍ରୀଲର ଏବଂ ହରର ଦେଖିବାକୁ ମିଳୁଛି । ଏଥିରେ ଭୂମିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ସେ ଏହି ଫିଲ୍ମରେ ଚଞ୍ଚଳ ଚୌହାନ ନାମକ ଏକ ଝିଅ ଚରିତ୍ରରେ ଅଭିନୟ କରୁଛନ୍ତି । ଏହାସହିତ ଏଥିରେ ସେ ଜଣେ ଅପରାଧୀ, ଯାହାକୁ ପଚରା ଉଚର ପାଇଁ ଦୁର୍ଗମତୀ ହବେଲି ନେଇଯାଉଛନ୍ତି ପୋଲିସ ।
https://www.instagram.com/tv/CIAPZRjp-Zn/?utm_source=ig_web_copy_link
ପୋଲିସର ପଚରା ଉଚରାରେ ଚଞ୍ଚଲ ଚୌହାନ ଅର୍ଥାତ ଭୂମି ପେଡନେକର ଜଣେ ସାଧାରଣ ମହିଳାଙ୍କ ଠାରୁ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି । ସେ ରାଣୀ ଦୁର୍ଗାମତୀ ରୂପରେ ଖୁବ୍ ଆଗ୍ରେସିଭ ହୋଇଯାଉଛନ୍ତି । ଟ୍ରେଲରରେ ମାହି ଗିଲକୁ ଜଣେ ପୋଲିସ ଅଧିକାରୀ ରୂପେ ଦେଖିବାକୁ ମିଳିଛି । ଯିଏ ଏହି ମାମଲାର ଛାନଭିନ୍ କରୁଛନ୍ତି ।
ଫିଲ୍ମରେ ଅର୍ସଦ ୱାର୍ସୀ ଜଣେ ନେତା ଭୂମିକାରେ ଅଭିନୟ କରୁଛନ୍ତି । ଟ୍ରେଲରରେ ତାଙ୍କର ଗୋଟେ ରୁ ଦୁଇଟି ଡାଇଲଗ ଶୁଣିବାକୁ ମିଳିଛି ।