ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଣ୍ଡିଆନ୍ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ପକ୍ଷରୁ ନଭେମ୍ବର ୨୫ ତାରିଖରେ କାର୍ଟୋଗ୍ରାଫି ସ୍ୟାଟେଲାଇଟ କାର୍ଟୋସ୍ୟାଟ-୩ ଏବଂ ୧୩ କମର୍ଶିୟଲ ନ୍ୟାନୋସ୍ୟାଟେଲାଇଟ୍ସ ଲଞ୍ଚ କରାଯିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଚନ୍ଦ୍ରଯାନ ୨ ପରେ ଏହା ଇସ୍ରୋର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମିଶନ । ଏହି ସ୍ୟାଟେଲାଇଟ୍ସକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ନଭେମ୍ବର ୨୫ ସକାଳ ୯.୨୮ ମିନିଟ୍ ରେ ଲଞ୍ଚ କରାଯିବ ।
ସୋମବାର ଇସ୍ରୋ ପକ୍ଷରୁ ସୂଚନା ମିଳିଛି କି ଏହାର ରକେଟ ପୋଲର ସ୍ୟାଟେଲାଇଟ ଲଞ୍ଚ ହ୍ୱିଲ- ଏକ୍ସଏଲ ଭ୍ୟାରିଏଣ୍ଟ (ପିଏସଏଲଭି-ଏକ୍ସଏଲ) ସାହାର୍ଯ୍ୟରେ ସ୍ୟାଟେଲାଇଟ୍ କୁ ଅନ୍ତରୀକ୍ଷ କକ୍ଷରେ ସ୍ଥାପିତ କରାଯିବ । କାର୍ଟୋସ୍ୟାଟ ଉପଯୋଗରେ ପାଣିପାଗ ଏବଂ ସେନା ଙ୍କ ସହ ଜଡିତ ମୁଖ୍ୟ ତଥ୍ୟ ଏକାଠି କରିବ । ଏହି କାର୍ଟୋସ୍ୟାଟ-୩ ର ଓଜନ ପାଖାପାଖି ୧୫୦୦ କିଲୋଗ୍ରାମ । ଏହାକୁ ଆନ୍ତରୀକ୍ଷ କକ୍ଷଠାରୁ ୫୦୯ କିଲୋମିଟର ଦୂରତାରେ ସ୍ଥାପିତ କରାଯିବ । ଏହାସହିତ ଅନ୍ୟ ୧୩ ଟି ସ୍ୟାଟେଲାଇଟ୍ସକୁ କୁ ଆମେରିକା କମ୍ପାନୀ ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ୍ ଅନୁଯାୟୀ ଲଞ୍ଚ କରାଯିବ ।