ମୁମ୍ବାଇ(ଏଟିଆର ବ୍ୟୁରୋ): ମୁମ୍ବାଇ ୱେଙ୍ଖଡେ ଷ୍ଟାଡିୟମରେ ବୁଧବାର ଦିନ ଖେଳା ଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚରେ ଭାରତ ବିଜୟ ଲାଭ କରିଛି । ଏହା ସହ ୨-୧ରେ ସିରିଜ ହାତେଇଛି ଭାରତ । ଟସ ଜିତି ୱେଷ୍ଟଇଣ୍ଡିଜ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା, ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୨୪୦ ରନ କରିପାରିଥିଲା । ୨୪୧ ରନର ପିଛା କରି ୱେଷ୍ଟଇଣ୍ଡିଜ ବ୍ୟାଟିଂ ଆରମ୍ଭ କରିଥିଲା ।
ତେବେ ବଡ ଶଟ୍ ଖେଳିବା ଆଶାରେ ଇନିଂସ ଆରମ୍ଭରୁ ହିଁ ମାତ୍ର ୧୭ ରନରେ ୱେଷ୍ଟଇଣ୍ଡିଜ ୩ଟି ଉଇକେଟ ହରାଇଥିଲା । ତେବେ ଏହା ପରେ ୱେଷ୍ଟଇଣ୍ଡିଜ ଟିମ ଉପରେ ଭାରତୀୟ ବୋଲର ମାନେ ଚାପ ପକାଇ ଥିଲେ । ଫଳରେ ୱେଷ୍ଟଇଣ୍ଡିଜ ଟିମ ୨୦ ଓଭରରେ ୮ଟି ଉଇକେଟ ହରାଇ ୧୭୩ ରନ କରି ପାରିଥିଲା । ତେବେ ଭାରତ ଏହି ମ୍ୟାଚଟି ୬୭ରନ ବ୍ୟବଧାନରେ ୱେଷ୍ଟଇଣ୍ଡିଜ ଠାରୁ ଜିତିଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ଶାମି, ଦୀପକ ଚହର, କୁଲଦୀପ ଯାଦବ ଓ ଭୁବନେଶ୍ୱର କୁମାର ୨ଟି ଲେଖାଏଁ ଉଇକେଟ ହାସଲ କରିଥିଲେ ।