ହାମିଲଟନ(ଏଟିଆର ବ୍ୟୁରୋ): ଆଜି ସେଡେନ ପାର୍କରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବନାମ ଭାରତ ଟି-୨୦ ତୃତୀୟ ମ୍ୟାଚରେ ଭାରତ ଜିତି ଯାଇଛି । ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା ନ୍ୟୁଜିଲାଣ୍ଡ । ଭାରତ ନିର୍ଦ୍ଧାରିତ ଓଭରରେ ୫ ଟି ୱିକେଟ ହରାଇ ୧୭୯ ରନ କରିଥିଲା । ନ୍ୟୁଜିଲାଣ୍ଡ ୬ ୱିକେଟ ହରାଇ ୧୭୯ ରନ କରିପାରିଥିଲା ।
ଫଳରେ ମ୍ୟାଚଟିକୁ ଡ୍ର କରାଯାଇ ସୁପର ଓଭର ଖେଳାଯାଇଥିଲା । ଗୋଟିଏ ଓଭରରେ ନ୍ୟୁଜିଲାଣ୍ଡ ୧୭ ରନ କରିପାରିଥିଲା । ତେବେ ଭାରତକୁ ଶେଷ ବଲରେ ୪ ରନ ଦରକାର ଥିବା ବେଳେ ବ୍ୟାଟ୍ସ ମ୍ୟାନ ରୋହିତ ଶର୍ମା ଛକା ମାରି ମ୍ୟାଚଟିକୁ ଜିତି ନେଇଥିଲେ ।