ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଉଡାଣ ଭରିବାର ୩୫ ମିନିଟ୍ ପରେ ନିଖୋଜ ହୋଇଯାଇଛି । ଏହି ବିମାନରେ ୧୩ ଜଣ ଲୋକ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ ବିମାନ ଅଧିକାରୀ ଥିଲେ । ଶେଷ ଥର ପାଇଁ ସୋମବାର ଅପରାହ୍ନ ଗୋଟେ ବେଳେ ଗ୍ରାଉଣ୍ଡ ଷ୍ଟାଫ ବିମାନ ସହ ଯୋଗାଯୋଗ କରିଥିଲେ । ଏହାପରେ ବିମାନ ସହ କୌଣସି ସମ୍ପର୍କ ହୋଇ ପାରି ନାହିଁ । ଏହି ବିମାନକୁ ଖୋଜିବା ପାଇଁ ବାୟୁସେନାର ସି-୧୩୦ଜେ, ସି ୧୩୦ ହରକ୍ୟୁଲସ, ସୁଖୋଈ ଏସୟୁ-୩୦ ଯୁଦ୍ଧ ବିମାନକୁ ଲଗାଯାଇଛି । ଏହାପଟେ ବିମାନ ଖୋଜିବା ଭାରତୀୟ ସେନାର ଯବାନ ମାନେ ମଧ୍ୟ ଲାଗି ପଡିଛନ୍ତି ।
କିଛି ରିପୋର୍ଟ ଅନୁଯାୟୀ ବିମାନଟି ଦୁର୍ଘଟଣାଗସ୍ତ ହେବାର ସମ୍ଭାବିତ ଲୋକେଶନର ସୂଚନା ମିଳିଛି । ସେପଟେ ସେନା, ବିଭିନ୍ନ ସରକାରୀ ଏବଂ ସିଭିଲ ଏଜେନ୍ସି ଦ୍ୱାରା ବାୟୁସେନା ବିମାନ ଖୋଜିବାର ଅଭିଯାନ ଜାରି ରହିଛି ।
ଖବରମୁତାବକ, ବିମାନଟି ସୋମବାର ଅପରାହ୍ନ ୧୨.୨୫ ରେ ଆସାମ ର ଜୋରହାଟ ରୁ ଅରୁଣାଚଳ ପ୍ରଦେଶର ମେନଚୁକା ଆଡଭାନ୍ସ ଲ୍ୟାଣ୍ଡିଙ୍ଗ ଗ୍ରାଉଣ୍ଡ ପାଇଁ ଉଡାଣ ଭରିଥିଲା । ଚୀନ ସୀମାର ନିକଟବର୍ତ୍ତର୍ି ହେଉଛି ମେନଚୁକା ।
ବାୟୁସେନାଙ୍କ ଅନୁଯାୟୀ, ବିମାନ ଦୁର୍ଘଟଣାଗସ୍ତ ହେବାର ସମ୍ଭାବିତ ଲୋକେଶନର ସୂଚନା ଅରୁଣାଚଳ ଶିୟାଂଗରେ ଅଛି । ଇତି ମଧ୍ୟରେ ଶିୟାଂଗର ଏକ ଗାଁରେ କିଛି ଲୋକ ୬ଟି ମୃତ୍ୟୁଦେହ ମିଳିଥିବାର କହିଛନ୍ତି, କିନ୍ତୁ ଏନେଇ ବାୟୁସେନା ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିନାହିଁ ।
ବାୟୁସେନାର ଉପ- ପ୍ରମୁଖଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଥା ହୋଇଛନ୍ତି । ସେ ଟ୍ୱିଟ୍ କରିଛନ୍ତି କି, ନିଖୋଜ ବିମାନ ଏଏନ-୩୨ କୁ ନେଇ ସେ ବାୟୁସେନାର ଉପ-ପ୍ରମୁଖ ରାକେଶ ସିଂ ଭଦୌରିୟାଙ୍କ ସହିତ କଥା ହୋଇଛନ୍ତି । ନିଖୋଜ ବିମାନକୁ ଖୋଜିବା ପାଇଁ ନିଆଯାଇଥିବା ପଦକ୍ଷପ ବିଷୟରେ ସେ ସୂଚନା ଦେଇଛନ୍ତି । ଏହାସହିତ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷିତ ପାଇଁ ମୁଁ ପ୍ରାର୍ଥନା କରୁଛି ।