ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଏଫ୍ ୧୬ ବିମାନ ମାରି ଖସାଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସ୍ୱାଧିନତା ଦିବସ ଅବସରରେ ତଥା ଅଗଷ୍ଟ ୧୫ ଦିନ ବିର ଚକ୍ର ସମ୍ମାନରେ ସମ୍ମାନିତ କରାଯିବ । ବୀର ଚକ୍ର ଯୁଦ୍ଧକାଳରେ ବାହାଦୂର ପାଇଁ ଦିଆଯାଉଥିବା ଏହା ତୃତୀୟ ବଡ ସମ୍ମାନ । ସେହି ଅନୁଯାୟୀ ପ୍ରଥମ ନମ୍ବରରେ ପରମବୀର ଚକ୍ର ଏବଂ ଦ୍ୱିତୀୟ ନମ୍ବରରେ ମହାବୀର ଚକ୍ର ।
ଅଭିନନ୍ଦନଙ୍କ ସହିତ ବାୟୁସେନାର ସ୍କ୍ୱାଡର୍ନ ଲିଡର ମିଣ୍ଟି ଅଗ୍ରୱାଲ ଙ୍କୁ ଯୁଦ୍ଧସେବା ସମ୍ମାନରେ ସମ୍ମାନିତ କରାଯିବ । ଏହି ସମ୍ମାନିଟି ତାଙ୍କୁ ତାଙ୍କର ବିଚିକ୍ଷର ଉପାୟ ଏବଂ ବିମାନ ନିୟନ୍ତ୍ରଣ କାର୍ଯ୍ୟ ପାଇଁ ଦିଆଯିବ ।
ଖବରମୁତାବକ, ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ଦ୍ୱାରା କରାଯାଇଥିବା ଆତଙ୍କି ହମଲା ର ଜବାବ ଦେବା ପାଇଁ ବାଲାକୋଟରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ କରିଥିଲେ । ସେହି ଅନୁଯାୟୀ ଜୈଶ-ଏ-ମୋହମ୍ମଦଙ୍କ ଆତଙ୍କି ଆଡା ଉପରେ ୨୦୦୦ ବୋମା ବର୍ଷଣ କରାଯାଇଥିଲା । ଏଥିରେ ୩୦୦ ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ଅଭିନନ୍ଦନ ବର୍ତ୍ତମାନ ମିଗ୍ ୨୧ ବିମାନ ଯୋଗେ ପାକିସ୍ତାନ ଏଫ୍ ୧୬ କୁ ମାରି ତଳକୁ ଖସାଇ ପୂରା ବିଶ୍ୱରେ ଏକ ଇତିହାସ ସୃଷ୍ଟି କରିଥିଲେ । ଏନେଇ ବିଶେଷଜ୍ଞଙ୍କ କହିବାନୁଯାୟୀ ଭିନ୍ନ ଭିନ୍ନ ପିଢୀର ବିମାନ ଦ୍ୱାରା ଅନ୍ୟ ଏକ ବିମାନକୁ ମାରି ତଳକୁ ଖସାଇବା ଏଭଳି ମାମଲା ଅଭିନନ୍ଦନଙ୍କ କ୍ଷେତ୍ରରେ ପ୍ରଥମ ।
ପାକିସ୍ତାନ ବିମାନ ଏଫ୍ ୧୬ କୁ ତଳକୁ ଖସାଇବାର କିଛି ସେକେଣ୍ଡ ମଧ୍ୟରେ ଅଭିନନ୍ଦନଙ୍କ ବିମାନ କ୍ଷତିଗ୍ରସ୍ତ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ବିମାନରୁ ଡେଇଁବାକୁ ଚେଷ୍ଟା କରିଥିଲେ ଏବଂ ଭୁଲରେ ପାକିସ୍ତାନ ସୀମାରେ ଓହ୍ଲାଇଥିଲେ । ଯାହାପରେ ସେ ପାକିସ୍ତାନୀ ସେନା କବଳରେ ରହିଥିଲେ । ତାପରେ ଅନ୍ତରାଷ୍ଟ୍ରୀୟ ଚାପ ପଡିବା ଦ୍ୱାରା ଦୀର୍ଘ ୬୦ ଘଣ୍ଟା ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ଫେରାଇଥିଲେ ।
ଅପରପକ୍ଷେ ଫେବୃଆରୀ ୧୪ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ କାଫିଲା ଉପରେ ଆତଙ୍କବାଦୀ ହମଲା କରାଯାଇଥିଲା, ଯେଉଁଥିରେ ୪୦ ଯବାନ ସହିଦ ହୋଇଥିଲେ ।