ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତୀୟ ସେନା ଯେକୌଣସି ବି ଯୁଦ୍ଧ ପରିସ୍ଥିତି ପାଇଁ ପ୍ରସ୍ତୁତ ଥିବା କହି ସର୍ବଦା ଶତ୍ରୁ ରାଷ୍ଟ୍ର ଆଗରେ ଦମ୍ଭୋକ୍ତି ପ୍ରକାଶ କରିଛି । ୧୩ଲକ୍ଷ ସେନା ବିଶିଷ୍ଟ ବିଶାଳ ଭାରତୀୟ ସେନା ଧିରେଧିରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି ।
ବର୍ତ୍ତମାନ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନକୁ ଆଖି ଅଗରେ ରଖି ଭାରତୀୟ ସେନା ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି । ସୂଚନା ଅନୁସାରେ ବର୍ତ୍ତମାନ ଯଦି ଯୁଦ୍ଧ ହୁଏ ତେବେ ୧୦ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିବା ପାଇଁ ଭାରତୀୟ ସେନା ପାଖରେ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ରହିଛି ।
ଏବେ ଭାରତ ସରକାର ନିଜ ସେନା ମାନଙ୍କର ଯୁଦ୍ଧ କ୍ଷମତା ବଢାଇବା ପାଇଁ ବହୁ ଅସ୍ତ୍ରଶସ୍ତ୍ର କ୍ରୟ କରିବା ପାଇଁ ଚୁକ୍ତି କରୁଛନ୍ତି । ବିପୁଳ ପରିମାଣର ଅତ୍ୟଧୁନିକ ଅସ୍ତ୍ରଶସ୍ତ୍ର କିଣି ଭବିଷ୍ୟତ ପାଇଁ ଠୁଳ କରିବାରେ ଳାଗିଛି ଭାରତ ।
ବିଶେଷଜ୍ଞଙ୍କ ମତରେ ୧୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିବା ପାଇଁ ଅସ୍ତ୍ରଶସ୍ତ୍ର ରଖିବା ଏକ ସାମାନ୍ୟ କଥା ଏବଂ ଭାରତକୁ ନିଜ ଅସ୍ତ୍ରଶସ୍ତ୍ର କ୍ଷମତା ବୃଦ୍ଧି କରିବା ଅତ୍ୟନ୍ତ ଆବଶ୍ୟକ । ସେଥିପାଇଁ ଭାରତ ସରକାର ଅଧକ୍ରୁ ଅଧିକ ଅସ୍ତ୍ରଶସ୍ତ୍ର କ୍ରୟ କରି ଗଚ୍ଛିତ କରୁଛନ୍ତି ।
ଆସନ୍ତା ୨୦୨୩-୨୦୨୪ ଭିତରେ ୪୦ ଦିନ ପର୍ଯ୍ୟନ୍ତ ନିରନ୍ତର ଯୁଦ୍ଧ କରିବାର କ୍ଷମତା ଭାରତ ହାସଲ କରିବାକୁ ଯାଉଛି । ଏହା ଦ୍ୱାରା ସହଜରେ ବିଭିନ୍ନ ଶତ୍ରୁ ରାଷ୍ଟ୍ର ମନରେ ଭୟ ମଧ୍ୟ ସୃଷ୍ଟି କରାଯାଇ ପାରିବ ।