ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ଭାରତୀୟ ସେନାଙ୍କୁ ମିଳିବ ‘ସେଲ୍ଫ ପ୍ରୋଟେକ୍ସନ ସୁଟ୍’ । ଇଏ ସେହି ସୁଟ୍ ,ଯାହାକୁ ଆମେରିକା ସେନା ପିନ୍ଧି ଇରାକ ଏବଂ ଆଫଗାନସ୍ତାନକୁ ଯୁଦ୍ଧରେ ପରାସ୍ତ କରିଥିଲେ । ଏହି ସୁଟ୍ ର ଖାସ୍ ମହତ୍ୱ ହେଉଛି ଯବାନଙ୍କୁ ଶତ୍ରୁଙ୍କ ଗୁଳିରୁ ରକ୍ଷା କରିବ । ଏହାସହିତ ଗାଡି ବା ଉଡାଜାହାଜରେ ଲାଗିଥିବା ନିଆଁରୁ ବି ଏହା ରକ୍ଷା କରିବ । ଏହି ସେଲ୍ଫ ପ୍ରୋଟେକ୍ସନ ସୁଟ୍ ର ଓଜନ ବହୁତ କମ୍ । ଏହାକୁ ସିଭିଲ୍ ଡ୍ରେସ ତଳେ ବି ପିନ୍ଧାଯାଇପାରିବ ।
ଏହି ସୁଟ୍ ସେରାମିକ ଲାଇଟ ମୋଡରେ ରହିବ । ଏଥିରେ ବୋରୋନ କାର୍ବାଇଡ ଏବଂ ସିଲିକନ୍ କାର୍ବାଇଡ ଭଳି କଠିନ ପଦାର୍ଥର ମାତ୍ରା ଅଧିକ ରହିବ । ଯବାନଙ୍କ ଶରୀରରେ ବହୁତ କମ୍ ଓଜନର ବେଲେଷ୍ଟିକ ପ୍ଲେଟ ରହିବ ।
ଆଗମୀ ବର୍ଷରେ ଯବାନ ମାନଙ୍କୁ ଏହି ସୁଟ୍ ମିଳିପାରେ । ଏଥିପାଇଁ ଆମେରିକା ସହିତ ଭାରତ ତିନି ବିଲିୟନ ଡଲାରର ସୈନ୍ୟ ଉପକରଣ ଡିଲ୍ କରିଛି ।
ସୂଚନାଯୋଗ୍ୟ, ଏହି ଡିଲ ଅନୁଯାୟୀ ଭାରତୀୟ ସେନାକୁ ଆମେରିକାରୁ ହେଲିକପ୍ଟର ଏବଂ ସେଲ୍ଫ ପ୍ରୋଟେକ୍ସନ ସୁଟ ମିଳିବ । ରକ୍ଷା ମନ୍ତ୍ରାଳୟରେ ରାଜ୍ୟମନ୍ତ୍ରୀ ଶ୍ରୀପଦ ନାଇକ ସଂସଦରେ ଗତ ଅଧିବେଶନରେ ଲୋକସଭା ସାଂସଦ ପ୍ରବେଶ ସିଂହ ବର୍ମା ଏବଂ ବିଜୟ କୁମାର ହାଂସଦାଙ୍କ ପ୍ରଶ୍ନର ଜବାବ ଦେଇ ସେ ଏହି ସମ୍ବନ୍ଧରେ ସୂଚନା ଦେଇଥିଲେ ।
ସେ କହିଥିଲେ କି, ଆମେରିକାରୁ ହେଲିକପ୍ଟର ଏବଂ ସେଲ୍ଫ ପ୍ରୋଟେକ୍ସନ ସୁଟ ଭଳି ସୈନ୍ୟ ଉପକରଣ କିଣିବା ପାଇଁ ୩ ବିଲିୟନ ଡଲାରର ଡିଲ କରାଯାଇଛି । ଏହା ୨୦୨୧ ସୁଧା ଭାରତୀୟ ସେନାକୁ ମିଳିଯିବ ।