ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସେତିକି ମାତ୍ରାରେ ରୋଗୀ ସୁସ୍ଥ ମଧ୍ୟ ହେଉଛନ୍ତି । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୩୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
9 from Nabarangpur
7 from Puri
6 from Bargarh
5 each from Dhenkanal, Jharsuguda & Mayurbhanj
4 each from Angul & Nuapada
3 each from Balasore, Kendrapara & Sambalpur
1 each from Balangir, Jagatsinghpur, Koraput and Malkangiri— H & FW Dept Odisha (@HFWOdisha) July 8, 2020
ଆଜି ସୁସ୍ଥ ହୋଇଥିବା ୩୦୩ ଜଣଙ୍କ ମଧ୍ୟରେ ଗଞ୍ଜାମର ୧୨୦, ଯାଜପୁରର ୪୬, ଖୋର୍ଦ୍ଧାର ୨୮, କଟକର ୨୧, କେନ୍ଦୁଝରର ୧୬, ନୟାଗଡର ୧୪, ନବରଙ୍ଗପୁରର ୯, ପୁରୀର ୭, ବରଗଡର ୬, ଢେଙ୍କାନାଳର ୫, ଝାରସୁଗୁଡାର ୫, ମୟୂରଭଞ୍ଜର ୫, ଅନୁଗୁଳର ୪, ନୂଆପଡାର ୪, ବାଲେଶ୍ୱରର ୩, କେନ୍ଦ୍ରାପଡାର ୩, ସମ୍ବଲପୁରର ୩, ବଲାଙ୍ଗିରର ୧, ଜଗତସିଂହପୁରର ୧, କୋରାପୁଟର ୧ ଏବଂ ମାଲକାନାଗିରର ୧ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୭୦୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।