ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ନୌସେନାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଫେସବୁକ୍ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଯାଇଛି । ଏହାସହିତ ନୌସେନା ମାନେ ଯେପରି ନୌସେନାର ଠିକଣା, ଡାକୟାର୍ଡ ଏବଂ ଅନବୋର୍ଡ ଯୁଦ୍ଧ ଜାହାଜକୁ ସ୍ମାର୍ଟଫୋନ୍ ନନେବେ ସେନେଇ ମଧ୍ୟ ପ୍ରତିବନ୍ଧ ଲଗାଯାଇଛି ।
ଏହି କଡା ନିୟମ ଏଥିପାଇଁ ଲାଗୁ କରାଯାଇଛି, କାରଣ ନିକଟରେ ସାତଜଣ ନୌସେନା ସୋସିଆଲ ମିଡିଆ ଦ୍ୱାରା ଶତ୍ରୁଙ୍କ ଗୁଇନ୍ଦା ଏଜେନ୍ସିକୁ ସମ୍ବେଦନଶୀଳ ସୂଚନା ପାସ୍ କରାଇଥିବାର ଧରାପଡିଥିଲେ ।
ସବୁଠାରୁ ବଡ କଥା ହେଉଛି ଆନ୍ଧ୍ର ପ୍ରଦେଶ ପୋଲିସ ଡିସେମ୍ବର ୨୦ରେ ପାକିସ୍ତାନର ଏକ ଯାଶୁସୀ ର୍ୟାକେଟର ପର୍ଦାଫାସ୍ କରିବାର ଦାବି କରି ଭାରତୀୟ ନୌନେନାର ୭ ଜଣ କର୍ମୀଙ୍କୁ ଏହି ମାମଲାରେ ଗିରଫ କରିଥିଲେ ।