ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବରୁ ଚାଲୁଥିବା ସ୍ପେଶାଲ ଟ୍ରେନ ବ୍ୟତିତ ଏବେ ଆଉ କିଛି ରୁଟ୍ ରେ ସେପ୍ଟମ୍ବର ୨୧ ରୁ ୪୦ ଟି କ୍ଲୋନ ସ୍ପେଶାଲ ଟ୍ରେନ ଚଲାଇବାର ନିଷ୍ପତି ନେଇଛି ରେଳ ମନ୍ତ୍ରାଳୟ । ସେଥିପାଇଁ ଏହି ଟ୍ରେନ୍ ଗୁଡିକର ରିର୍ଜଭେସନ ଆଜିଠୁ ଆରମ୍ଭ ହେଉଛି ।
ଲକ୍ଷ୍ନୌ-ନୂଆଦିଲ୍ଲୀ ଟ୍ରେନ୍ ଶନିବାର ଏବଂ ନୂଆଦିଲ୍ଲୀ-ଲକ୍ଷ୍ନୌ ଟ୍ରେନ୍ ରିବାବାର ଚାଲିବ । ସେହିପରି ସୋମବାର ଏବଂ ମଙ୍ଗଳବାରକୁ ଦିଲ୍ଲୀ-ଅହମ୍ମଦାବାଦ ଟ୍ରେନ୍ ଏବଂ ରବିବାର ଆଉ ବୁଧବାର ଦିନ ଅହମ୍ମଦାବାଦ-ଦିଲ୍ଲୀ ଟ୍ରେନ୍ ଗଡିବ । ସୋମବାର ଦିନ ବାନ୍ଦ୍ରା-ଅମୃତସର ଟ୍ରେନ୍ ଏବଂ ବୁଧବାର ଅମୃତସର-ବାନ୍ଦ୍ର ଟ୍ରେନ୍ ଗଡିବ । ଏହି କ୍ଲୋନ୍ ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ରିଜର୍ଭ ରହିବ ଏବଂ ଏହାର ଷ୍ଟପେଜ ବି ସୀମିତ ରହିବ ।
ଏହାପୂର୍ବରୁ କଦାପି କ୍ଲୋନ ଟ୍ରେନ ଚଲାଇନଥିଲା ରଲୱେ । ଏହି କ୍ଲୋନ ଟ୍ରେନ ମୁଖ୍ୟତଃ ୩ଏସି ଟ୍ରେନ୍ ରହିବ ଏବଂ ବର୍ତ୍ତମାନ ସମ୍ବନ୍ଧିତ ସ୍ପେଶାଲ ଟ୍ରେନର ପୂର୍ବରୁ ଚାଲିବ । ଏହି ଟ୍ରେନର ସ୍ପିଡ ଅଧିକ ରହିବ ।