ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ହେଉଛି ଭାରତୀୟ ନୌସେନା ଦିବସ । ପ୍ରତ୍ୟେକ ବର୍ଷ ଡିସେମ୍ବର ୪ ରେ ପାଳିତ ହୁଏ ନୌସେନା ଦିବସ । ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାଙ୍କ ବିଜୟ ଉତ୍ସବ ରୁପେ ପାଳନ କରାଯାଏ । ୧୯୭୧ ମସିହା ଡିସେମ୍ବର ୩ରେ ପାକିସ୍ତାନ ସେନା ଦ୍ୱାରା ବାୟସେନା ଏବଂ ସୀମବର୍ତ୍ତି ଅଞ୍ଚଳରେ ଆକ୍ରମଣ କରାଯାଇଥିଲା । ଏଥିରେ ପାକିସ୍ତାନକୁ କଡା ଜବାବ ଦେବା ପାଇଁ ଅପରେଶନ ଟ୍ରାଇଡେଣ୍ଟ ଚଳାଯାଇଥିଲା । ଏହି ଅଭିଯାନ ପାକିସ୍ତାନ ନୌସେନାର କରାଚୀ ସ୍ଥିତ କାର୍ଯ୍ୟାଳୟକୁ ଟାର୍ଗେଟ କରି ଆରମ୍ଭ କରାଯାଇଥିଲା । ଏକ ମିସାଇଲ ସିପ୍ ଏବଂ ଯୁଦ୍ଧ ପୋତ ର ଏକ ଆକ୍ରମଣକାରୀ ସମୂହ, କରାଚୀ ଉପକୂଳବର୍ତ୍ତି ଜାହାଜ ସମୂହକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପାକିସ୍ତାନର ଅନେକ ଜାହାଜ ଧ୍ୱଂସ ହୋଇଯାଇଥିଲା ।
ଏଥିରେ କରାଚୀ ହାର୍ବର ଫୁଏଲ ଷ୍ଟେରେଜ ଧ୍ୱଂସ ହୋଇଯିବା ଦ୍ୱାରା ପାକିସ୍ତାନ ନୌସେନାର ଅଣ୍ଟା ଭାଙ୍ଗି ଯାଇଥିଲା । କରାଚୀ ତେଲ ଟ୍ୟାଙ୍କରେ ଲାଗିଥିବା ନିଆଁ ଏତେ ମାତ୍ରାରେ ବ୍ୟାପି ଯାଇଥିଲା କି ୬୦- କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖିବାକୁ ମିଳୁଥିଲା । ସବୁଠାରୁ ବଡ କଥା ହେଉଛି କରାଚୀ ତେଲ ଡିପୋରେ ଲାଗିଥିବା ନିଆଁ ସାତ ଦିନ ପର୍ଯ୍ୟନ୍ତ ଲିଭା ଯାଇପାରିନଥିଲା ।
୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ବିଜୟ ହାସଲ କରିଥିବା ଭାରତୀୟ ନୌସେନାର ଶକ୍ତି ଏବଂ ବାହାଦୁରୀକୁ ମନେପକାଇ ଏହି ଦିବସ ନୌସେନା ଦିବସ ପାଳନ କରାଯାଇଥାଏ ।