ଗୋଆ(ଏଟିଆର ବ୍ୟୁରୋ): ଗୋଆରେ ଟ୍ରେନିଙ୍ଗ ସମୟରେ ଭାରତୀୟ ନୌସେନାର ମିଗ୍-୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳ ପ୍ରାୟ ୧୦.୩୦ ମିନିଟ ସମୟରେ ବିମାନ ଉଡାଣ ଭରିବାର କିଛି ସମୟ ପରେ ଦୁର୍ଘଟଣା ଘଟିଥିଲା ।
ବର୍ତ୍ତମାନର ସୂଚନା ଅନୁଯାଇ ବିମାନରେ ଥିବା ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବିମାନଟି କିପରି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ନୌସେନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।
Indian Navy: Today at around 1030 hours a MiG-29K aircraft, on a routine training sortie, crashed in Goa. The pilot of the aircraft ejected safely and has been recovered. An enquiry to investigate the incident has been ordered. pic.twitter.com/wOCCo9qunU
— ANI (@ANI) February 23, 2020