ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ବିଜେପି ତାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଯେଉଁଥିରେ ରହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓ ମୋଦିଙ୍କ ଭଳି ହେବିୱେଟ ନେତାଙ୍କ ନାମ । ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ସନ୍ନି ଦେଓଲ ଓ ଭୋଜପୁରୀ ଅଭିନେତା ଦିନେଶ ଲାଲ ଯାଦବଙ୍କ ନାଁ ରହିଛି । ସେହିଭଳି କିଛି ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ସାମିଲ ରହିଛି ।
ଅନ୍ୟପଟେ କଂଗ୍ରେସ ମଧ୍ୟ ତାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଛି । ଯେଉଁଥିରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ ଏବଂ ନବୋଜତ ସିଦ୍ଧୁ । ଅନ୍ୟମାନଙ୍କ ମଧ୍ୟରେ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ, କପିଲ ସିବଲ, ହରିାଣାର ପୂର୍ବତନ ମୁଖମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡା, ଉତ୍ତରାଖଣ୍ଡର ମୁଖମନ୍ତ୍ରୀ ହରୀଶ ରାୱତ ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି। ସୂଚନାଯୋଗ୍ୟ ଫେବୃଆରୀ ୮ ରେ ଦିଲ୍ଲୀର ୭୦ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।