ଲଦାଖରେ ଚୀନ୍ ର ଧୋକା ପରେ ଚୀନ ଉପରେ ଭାରତ ଆର୍ଥିକ ରୂପେ ପ୍ରହାର କରିବା ଆରମ୍ଭ କରିଦେଇଛି । ସେହିଅନୁଯାୟୀ ଏବେ ଭାରତୀୟ ରେଲୱେ ପକ୍ଷରୁ ୪୭୧ କୋଟିର ଚୀନ୍ ଠିକା କୁ ରଦ୍ଦ କରି ଦିଆଯାଇଛି ।
ଭାରିତୀୟ ରେଲୱେର ଡେଡିକେଟେଡ ଫ୍ରେଟ କରିଡୋର ଅଫ୍ ଇଣ୍ଡିଆ (ଡିଏଫସିସିଆଇଏଲ) ବେଜିଙ୍ଗ ନେସନାଲ ରେଲୱେ ରିସର୍ଚ୍ଚ ଆଣ୍ଡ ଡିଜାଇନ୍ ଇଂଷ୍ଟିଚ୍ୟୁଟ ଅଫ୍ ସିଗ୍ନାଲ ଆଣ୍ଡ କମ୍ୟୁନିକେସନ ଗ୍ରୁପ ସହିତ ଏକ ଏଗ୍ରିମେଣ୍ଟ କରିଥିଲା । ଏହି ଏଗ୍ରିମେଣ୍ଟ ଅନ୍ତର୍ଗତ କାନପୁର ଏବଂ ଦିନ ଦୟାଲ ଉପାଧାୟ ରେଲୱେ ଷ୍ଟେସନ ମଧ୍ୟରେ ୪୭୧ କି.ମି ଦୂରତାରେ ସିଗ୍ନାଲିଙ୍ଗ ଏବଂ ଟେଲିକମ୍ୟୁନିକେସନ କାମର ଠିକା ଚୀନ୍ କୁ ଦିଆଯାଇଥିଲା ।
ଏ ଏଗ୍ରିମେଣ୍ଟକୁ ଡେଡିକେଟେଡ ଫ୍ରେଟ କରିଡୋର କର୍ପୋରେଶନ ଅଫ୍ ଇଣ୍ଡିଆ ଶେଷ କରିଛି । କାରଣ ସେ ଚୀନ୍ କମ୍ପାନୀ ସହିତ ଖୁସୀ ନଥିଲେ । କମ୍ପାନୀ ପକ୍ଷରୁ କୁହାଯାଇଛି କି ଏହି ପ୍ରୋଜେକ୍ଟକୁ ୨୦୧୯ ମଧ୍ୟରେ ଶେଷ କରିବାର ଥିଲା, କିନ୍ତୁ ଚୀନ୍ କମ୍ପାନୀ ଏପର୍ଯ୍ୟନ୍ତ କେବଳ ୨୦ ପ୍ରତିଶତ କାମ ଶେଷ କରିଛି ।