ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି ଦୁଇ ସହିଦ ଓଡିଆ ଯବାନଙ୍କ ପାର୍ଥିବ ଶରୀର ।ସେନାର ଏକ ସ୍ୱତନ୍ତ୍ର ବିମାନରେ ଯବାନଙ୍କ ପାର୍ଥିବ ଶରୀର ଏଠାରେ ପହଞ୍ଚିଥିବା ଜଣାପଡିଛି। ଦୁଇ ସହିଦ ଯବାନଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ବିମାନ ବନ୍ଦରରେ ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜଳ,ସ୍ଥଳ ଓ ବାୟୁସେନାବାହିନୀ ବହୁ ନେତା ଉପସ୍ଥିତ ଅଛନ୍ତି । ଏଠାରେ ସହିଦଙ୍କ ମରଶରୀର ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ନିଜ ନିଜ ଗାଁକୁ ପଠାଯିବ ।
ସୂଚନାଯୋଗ୍ୟ ସୋମବାର ବିଳମ୍ବିତ ରାତିରେ ଚୀନ ଓ ଭାରତ ସେନାଙ୍କ ମଧ୍ୟରେ ହାତାହାତି ହୋଇଥିଲେ । ଲଦାଖର ଗାଲଓ୍ୱାନ୍ ଘାଟିରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ହିଂସାତ୍ମକ ଘଟଣାରେ ଭାରତର ୨୦ଜଣ ଯବାନ ସହିଦ ହୋଇଛନ୍ତି । ଏହି ଯବାନ ମାନଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ଥିଲେ। ସୀମାରେ ପ୍ରାଣ ହରାଇ ଥିବା ଦୁଇ ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନନ୍ଦୁରାମ ସୋରେନ୍ । ଅନ୍ୟଜଣେ ହେଲେ ସହୀଦ ଚନ୍ଦ୍ରକାନ୍ତ ପ୍ରଧାନ । ତାଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ବିଅରପାଙ୍ଗା ଗାଁରେ ।