ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତରେ ରେଳ ସେବାକୁ ସରସ ସୁନ୍ଦର କରିବା ପାଇଁ ରେଳ ବିଭାଗ ସବୁବେଳେ କିଛି ନାଁ କିଛି ନୂତନ ଦକ୍ଷେପ ମାନ ନେଉଥିବା ଦେଖିବାକୁ ମିଳୁଛି । ତେବେ ରେଳ ବିଭାଗ ଏଇ ନିକଟରେ ଟିକେଟ ୍ରୁକ କରିବା ବେଳେ ବାୟୋ ମେଟ୍ରିକ ବ୍ୟବସ୍ଥା କରିବ ବୋଲି ସୂଚନା ମିଳିଛି । ଏଇ ନିକଟରେ ବିଭାଗ ଜେନେରାଲ ଏବଂ ଅଣସଂରକ୍ଷିତ ବଗି ପାଇଁ ବାୟୋମେଟ୍ରିକ ଜରିଆରେ ଟିକେଟ ବୁକ କରିବ । ଏହି ବ୍ୟବସ୍ଥା ପ୍ରଚଳିତ ହେଲେ ଯାତ୍ରୀଙ୍କୁ ଟିକେଟ ମିଳିବାରେ ସହଜ ହେବ ବୋଲି ଜଣା ପଡିଛି । ସେହିଭଳି ଟିକେଟ କିଣା ବିକା କଳା ବଜାରି ମଧ୍ୟ ଅନେକାଶଂରେ, କମି ଯିବ । ଅସାମାଜିକ ବ୍ୟକ୍ତି ଯେଉଁ ଭଳି ଭାବେ କଳା ବଜରି କରିଥାନ୍ତି ସେଥିରୁ ମଧ୍ୟ ଯାତ୍ରୀଙ୍କୁ ମୁକ୍ତି ମିଳିବ । ବିଭାଗ ଏହି ପାଇଲଟ ପ୍ରୋଜେକ୍ଟକୁ ମୁମ୍ବାଇ ଏବଂ ବାଦ୍ରା ଟର୍ମିନାଲରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରିଛି । ଏଥି ପାଇଁ ଏହି ଷ୍ଟେସନରେ ଦୁଇଟି ଲେଖାଏଁ ବ୍ୟାୟୋମେଟ୍ରିକ ମେସିନି ଲଗା ଯାଇଛି ।
ତେବେ ଜାଣନ୍ତୁ ଏହାର ବ୍ୟବହାର-
ଜେନେରାଲ ବଗି ପାଇଁ ଟିକେଟ କିଣିବାକୁ ଯାୁଥିବା ଯାତ୍ରୀ ସେଠାରେ ଲାଗିଥିବା ବାୟୋମେଟ୍ରିକ ମେସିନରେ ସେମାନଙ୍କ ଫିଙ୍ଗରପ୍ରିଣ୍ଟ ଦେବେ । ଯାହାଫଳରେ ଏକ ଟୋକନ ନଂ ବାହାରିବ । ଯେଉଁ ଟୋକନ ନଂ ସହିତ କୋଚ ନଂ ଏବଂ ସିଟ ନଂ ଆଲର୍ଟ ହେବ ।
ଜାଣ ିରଖନ୍ତୁ କେଉଁ କେଉଁ ଟ୍ରେନରେ ଏବେ ଏହି ସିଷ୍ଟମ ଉପଲବ୍ଧ ରହିଛି ?
ଅମରାବତି ଏକ୍ସପ୍ରେସ ( ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନ)
ଜୟପୁର ସୁପରଫାଷ୍ଟ ଏକ୍ସପ୍ରେସ ( ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନ)
କର୍ଣ୍ଣାବତୀ ଏକ୍ସପ୍ରେସ ( ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନ)
ଗୁଜୁରାଟ ମେଲ ( ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନ)
ଗୋଲ୍ଡେନ ଟେମ୍ପଲ ମେଲ ( ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନ)
ପଶ୍ଚିମ ଏକ୍ସପ୍ରେସ( ବାନ୍ଦ୍ରା ଟିର୍ମିନାଲ)
ଅମରାବତୀ ଏକ୍ସପ୍ରେସ( ବାନ୍ଦ୍ରା ଟିର୍ମିନାଲ)
ଅବଧ୍ୟ ଏକ୍ସପ୍ରେସ( ବାନ୍ଦ୍ରା ଟିର୍ମିନାଲ)
ମହାରାଷ୍ଟ୍ର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ( ବାନ୍ଦ୍ରା ଟିର୍ମିନାଲ)d
ସୂଚନାଯୋଗ୍ୟ ଏହି ନିକଟରେ ଗ୍ୟାସରେ ସବସିଡି ଛାଡିବା ପରି ରେଳ ଟିକେଟରେ ବି ସବସିଡି ଛାଡିବା ନେଇ ରେଳ ବିଭାଗ ଯୋଜନା ପ୍ରସ୍ତୁତ କରିଛି । କେନ୍ଦ୍ର ସରକାର ରୋଷେଇ ଗ୍ୟାସ କ୍ଷେତ୍ରରେ ଯୋଜନା ଲାଗୁ କରି ରାଜସ୍ୱ ବଢାଇଥିବା ବେଳେ ରେଳ ଯାତ୍ରା କ୍ଷେତ୍ରରେ ମଧ୍ୟ ଏଭଳି ଯୋଜନା ଲାଗୁ କରିବାକୁ ବିମର୍ଶ କରିୁଛନ୍ତି । ରେଳ ବିଭାଗ ଅନଲାଇନ ବୁକି ସମୟରେ ବିଭାଗ ପକ୍ଷରୁ ଦିଆ ଯାଉଥିବା ସବସିଟ ଛାଡିବା ବିକଳ୍ପ ରହିବ । ଯାହା ଦ୍ୱରା ଜଣେ ଯାତ୍ରୀ ଚାହିଁଲେ ସରକାରଙ୍କ ପକ୍ଷରୁ ରେଳ ଯାତ୍ରାରେ ଦଆ ଯାଉଥିବା ସବସିଡିକୁ ଛାଡି ପାରିବ । ସୂଚନାମୁତାବକ ଆଇଆରସିଟିସି ରେ ଟିକେଟ ବୁକିଙ୍ଗ କରିବା ସମୟରେ ଏହି ସବସିଡ ବିକଳ୍ପ ଦେଖାଇବ । ଦେଶର ଉନ୍ନତି ପାଇଁ ଜଣେ ଯାତ୍ରୀ ଇଚ୍ଛାକଲେ ଏହି ସବସିଡି ଛାଡି ପାରିବ ।