ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ପଥରେ ଆଗକୁ ବଢିବା ପାଇଁ ପଦକ୍ଷେପ ନେଇଛି ଭାରତୀୟ ରେଲୱେ । ଆଜ୍ଞା ହଁ , ଯାତ୍ରୀଙ୍କ ପାଇଁ ଆଉ ଏକ ନୂତନ ସୁବିଧା ଆରମ୍ଭ କରିଛି ରେଲୱେ ।
ଯାତ୍ରୀଙ୍କ ପାଇଁ ରେଲୱେ ଏଭଳି ସୁବିଧା ଆରମ୍ଭ କରିଛି, ଯାହା ଅନୁଯାୟୀ ଏଣିକି ଯାତ୍ରୀଙ୍କ ସାମାନ ତାଙ୍କ ଘରୁ ଟ୍ରେନ୍ ର ବର୍ଥ ପର୍ଯ୍ୟନ୍ତ ପହଁଚାଯିବ । ଯାହାଫଳରେ ଆଉ ଯାତ୍ରୀଙ୍କୁ ଲଗେଜ୍ ବୋହିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଭାରତୀୟ ରେଲୱେ ର ଏହି ସେବାକୁ ଏଣ୍ଡ୍ ଟୁ ଏଣ୍ଡ ଲଗେଜ୍ ସର୍ଭିସ ଦିଆଯାଇଛି । ପ୍ରଥମେ ଅହମଦାବାଦରେ ଏହି ସେବାର ଶୁଭାରମ୍ଭ ହୋଇଛି ।
ଏନେଇ ପଶ୍ଚିମ ରେଲୱେର ଅଧିକାରିକ ଟ୍ୱିଟରେ ଏକ ଟ୍ୱିଟ କରାଯାଇଛି । ଏଥିରେ ଲେଖାଯାଇଛି କି, ପଶ୍ଚିମ ରେଲୱେ, ଅହମଦାବାଦ ରେଲୱେ ଷ୍ଟେସନରେ ବକବ୍ୟାଗେଜଡଟକମ୍ ଦ୍ୱାରା ଏଣ୍ଡ ଟୁ ଏଣ୍ଡ ଲଗେଜ୍ ସେବା ଆରମ୍ଭ କରିଛି ।
ସେହିପରି ଅନ୍ୟ ରେଲୱେ ଷ୍ଟେସନ ଗୁଡିକରେ ବି ଏହି ସୁବିଧା ବହୂତ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି ।