ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଳଯାତ୍ରୀଙ୍କ ପାଇଁ ଖୁସୀ ଖବର । ଏଣିକି ବିନା ରିର୍ଜଭେସନର ମଧ୍ୟ କରି ପାରିବେ ଯାତ୍ରା । କରୋନା କାଳ ମଧ୍ୟରେ ଗତବର୍ଷ ରେଳସେବା ବନ୍ଦ ହୋଇଯାଇଥିଲା । ଏହାପରେ ସ୍ଥତିରେ ସୁଧାର ଆସିବା ପରେ ଧୀରେ ଧୀର ରେଳ ସେବା ଆରମ୍ଭ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟ୍ରାକକୁ ଫେରି ନାହିଁ ସମସ୍ତ ଟ୍ରେନ୍ । ମାତ୍ର ଏବେ ଦେଶରେ କରୋନା ସଂକ୍ରମଣର ମାମଲା ବୃଦ୍ଧି ମଧ୍ୟରେ ଯାତ୍ରୀଙ୍କ ସୁବିଧା ପାଇଁ ବହୁ ସଂଖ୍ୟାରେ ବିନା ରିର୍ଜଭେସନ ଟ୍ରେନ ଚଲାଇବାର ନିଷ୍ପତି ନେଇଛି ରେଲୱେ । ଉତ୍ତର ରେଲୱେ ମୋଟ ୭୧ ଅନରିଜର୍ଭଡ ମେଲ ଏବଂ ଏକ୍ସପ୍ରେସ ଟ୍ରେନର ତାଲିକା ଜାରି କରିଛି ।
ରେଳମନ୍ତ୍ରୀ ପିୟୁଷ ଗୋୟଲ ଟ୍ୱିଟ କରି କହିଛନ୍ତି କି, ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ଅବଶ୍ୟ ଯାତ୍ରର ସମୟରେ ଯାତ୍ରୀଙ୍କୁ ସମସ୍ତ କରୋନା ଗାଇଡଲାଇନ ପାଳନ କରିବାକୁ ହେବ ।
ଏହାସହିତ ୟୁଟିଏସ ଅନ ମୋବାଇଲ ଆପ୍ କୁ ପୁନର୍ବାର ସକ୍ରିୟ କରାଯିବ । ଏହାଦ୍ୱାରା ସମୟ ବଞ୍ଚିବ, ଟିକେଟ ବୁକିଂ, ସାମାଜିକ ଦୂରତାକୁ ସୁନିଶ୍ଚିତ କରିବାରେ ସହାୟକ ମିଳିବ । ରେଳମନ୍ତ୍ରାଳୟ ମୁତାବକ, ଏହି ଅନରିଜର୍ଭଡ ପାସେଞ୍ଜେର ଟ୍ରେନ୍ ୫ ଏପ୍ରିଲରୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।