ସମ୍ବଲପୁର(ଏଟିଆର ବ୍ୟୁରୋ): ବୁର୍ଲା ଭୀମସାରକୁ ପୁଣି ଫେରିଛି କରୋନା ମହାମାରୀ । ଭୀମସାରରେ ଥିବା କାର୍ଡିଓଲୋଜି ବିଭାଗର ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ୱାର୍ଡକୁ ବିଶୋଧନ କରାଯାଇଛି । ଏହାସହ ଯଥାଶୀଘ୍ର ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ତାନାନ୍ତରିତ କରାଯାଇଛି ।
ସଂକ୍ରମଣ ଚିହ୍ନଟ ହୋଇଥିବା ରୋଗୀ ଜଣକ ହେଉଛନ୍ତି ବୈଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳର ୪୬ ବର୍ଷିୟ ଯୁବକ । ହୃଦରୋଗରେ ଶିକାର ହୋଇଥିବାରୁ ଉକ୍ତ ରୋଗୀଜଣଙ୍କୁ ୨ ତାରିଖରେ ବୁର୍ଲା ମେଡି୍କାଲରେ ଭର୍ତ୍ତି କରାଯାଇଥିଲା । ଏବଂ ତାଙ୍କର ଆଣ୍ଟିଜେନ ଟେଷ୍ଟ ମଧ୍ୟ କରାଯାଇଥିଲା । ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ତାରଙ୍କୁ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଡାକ୍ତରଙ୍କ ସନ୍ଦେହ ହେବାରେୂ ତଥାପି ତାଙ୍କର ଆରଟିପିସିଆର ଟେଷ୍ଟ କରାଯାଇଛି । ସେଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ରେ ତାଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ରୋଗୀଙ୍କ ପାଖରେ ଅନ୍ୟ ଯେଉଁ ଚାରିଜଣ ରୋଗୀ ଥିଲେ ତାଙ୍କର ମଧ୍ୟ ଆରଟିପିସିଆର ପରୀକ୍ଷା କରାଯାଇଛି ।