ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ରେଲୱେ ତାର ସମସ୍ତ ଟ୍ରେନ୍ ପରିଚାଳନା ବନ୍ଦ ରଖିଥିଲା । ମାତ୍ର ଏବେ କିଛିଟା ଟ୍ରେନ ପରିଚାଳନା ହେଉଛି କିନ୍ତୁ ପୂର୍ବଭଳି ପରିଚାଳନା ହୋଇପାରି ନାହିଁ । ସେଥିପାଇଁ ନୂତନ ଯୋଜନା ପ୍ରସ୍ତୁତି କରିଛି ରେଲୱେ । ଏବେ ରେଲୱେ ସମସ୍ତ ଟ୍ରେନ୍ ପାଇଁ ଶୂନ ଆଧାରିତ ସମୟ ସାରଣୀ ପ୍ରସ୍ତୁତ କରୁଛି । ଏହାର ଅର୍ଥ ସମସ୍ତ ଟ୍ରେନ୍ ର ସେଡ୍ୟୁଲ ଏବଂ ତାର ଫ୍ରିକ୍ୱେନ୍ସି ଏକା ଥରକେ ପ୍ରସ୍ତୁତ କରାଯିବ ।
ରେଲୱେ ତାର ସମସ୍ତ ମେଲ, ଏକ୍ସପ୍ରେସ ଏବଂ ଅନ୍ୟଟ୍ରେନ୍ ଗୁଡିକର ରହଣୀସ୍ଥଳକୁ କମ୍ କରିବାର ଯୋଜନା କରୁଛି । ଯାହାଫଳରେ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଁଚିବାରେ ଟ୍ରେନ୍ ଯାତ୍ରାର ସମୟକୁ କମ୍ କରାଯାଇ ପାରିବ ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, କିଛି କ୍ଷେତ୍ରରେ ଏକ୍ସପ୍ରେସ ଏବଂ ମେଲ୍ ଟ୍ରେନ୍ ର ଷ୍ଟପେଜ୍ ପରବର୍ତ୍ତି ସମୟରେ ନିର୍ଦ୍ଧାରିତ କରାଯିବ । ଏହାପୂର୍ବରୁ ଏନେଇ ଅଧିକାରୀ ଆକଳନ କରିବେ କି ଯେଉଁ ଷ୍ଟେସନରୁ ରହଣସ୍ଥଳ ହଟାଇବାକୁ ଯୋଜନା ଚାଲିଛି । ସେଠାରୁ କେତେ ଯାତ୍ରୀ ଚଢିଛନ୍ତି ଏବଂ ଓହ୍ଲେଇଛନ୍ତି ।
ରେଲୱେର କହିବାନୁଯାୟୀ ଟ୍ରେନ୍ କୁ ତାର ଗନ୍ତବ୍ୟସ୍ଥଳରେ ପହଁଚିବା ପୂର୍ବରୁ ଯଦି ରହଣୀସ୍ଥଳକୁ କମ କରିଦିଆଯିବ ତେବେ ସମୟ କମ ହୋଇଯିବ । ଯାହାଫଳରେ ଟ୍ରେନ୍ ଟି ନଅଟକି ନନଷ୍ଟପ ଯାଇ ପାରିବ ।